pr

ବନବିଭାଗ ଦ୍ୱାରା କେନ୍ଦୁ କାଠ ବୋଝେଇ ଟ୍ରାକ୍ଟର ଜବତ : ଜଣେ ଗିରଫ

dr. purohit

ଖପ୍ରାଖୋଲ, (ଅଶୋକ କୁମାର ବାଗ) ଖପ୍ରାଖୋଲ ବ୍ଲକ ହରିଶଙ୍କର ବନ ବିଭାଗ ରେଞ୍ଜ ଅଧୀନ ତୂର୍ଲା ଗାଁ ନିକଟରେ ସୋମବାର ବିଳମ୍ବିତ ରାତିରେ ବନ ବିଭାଗ ଚଢାଉ କରି କେନ୍ଦୁ କାଠ ବୋଝେଇ ଏକ ଟ୍ରାକ୍ଟର ଜବତ କରିବା ସହିତ ଜଣକୁ ଗିରଫ କରିଥିବା ସୂଚନା ମିଳିଛି । ସୁଚନା ଅନୁଯାୟୀ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଏସିଏଫ୍ ତଥା ହରିଶଙ୍କର ରେଞ୍ଜ ଅଧିକାରୀ ଅରବିନ୍ଦ ନାଏକଙ୍କ ନେତୃତ୍ୱରେ ହରିଶଙ୍କର ବନପାଳ ରଞ୍ଜିତ କୁମ୍ଭାର, ଖପ୍ରାଖୋଲ ବନପାଳ ସୁଧୀର ଜେନା, ବିପିନ ସାହୁ, ବନରକ୍ଷୀ ରାଜେନ୍ଦ୍ର ଧରୁଆ, ସଞ୍ଜୀବ ପାଧନ ସହିତ ପାରା କର୍ମଚାରୀଙ୍କ ଟିମ ତୁର୍ଲା ଗାଁ ନିକଟରେ ଚଢାଉ କରିଥିଲେ । ଚଢାଉ ସମୟରେ କେନ୍ଦୁ କାଠ ବୋଝେଇ ଏକ ନମ୍ୱର୍ ବିହୀନ ଟ୍ରାକ୍ଟର ଜବତ କରିଥିବା ବେଳେ ଟ୍ରାକ୍ଟର ଡ୍ରାଇଭର ଫେରାର ମାରିଥିଲା । ବେଆଇନ କାଠ ଚାଲାଣରେ ସହଯୋଗ କରିଥିବା ଅଭିଯୋଗରେ ତୁର୍ଲା ଗ୍ରାମର ମଣିଲାଲ ଛତର (୪୭)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଳି ରେଞ୍ଜ ଅଧିକାରୀ ନାଏକ ପ୍ରକାଶ କରିଛନ୍ତି । ଏନେଇ ହରିଶଙ୍କର ରେଞ୍ଜ ଓ ଆର କେସ ନମ୍ବର ୧୨୭/୨୦୨୫-୨୬ରେ ଏକ ମାମଲା ରୁଜୁ କରିଥିବା ବେଳେ ୨୮ ଖଣ୍ଡ କେନ୍ଦୁ କାଠ ଗଣ୍ଡି ଜବତ ହୋଇଥିବା ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ୯୦ ହଜାର ଟଙ୍କା ବୋଲି ସୂଚନା ମିଳିଛି ।

nrusinghnath
Leave A Reply

Your email address will not be published.