jayashree

ଗଞ୍ଜେଇ ସହ ଗାଡି, ମୋବାଇଲ ଜବତ : ଜଣେ ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ଚୋରାଚାଲାଣ ବିରୋଧରେ ପୁଲିସର ଅଭିଯାନ ଜାରି ରହିଥିବା ବେଳେ ତୁମୁଡ଼ିବନ୍ଧ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ଏକ ଇଚର୍‌ ଗାଡ଼ିରୁ ୧୧୪୦ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଚୋରାଚାଲାଣ ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୧୪ ଲକ୍ଷ ଟଙ୍କା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ପୁଲିସ ସୂଚନା ଅନୁଯାୟୀ, ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ଖମନପଡ଼ା ଗ୍ରାମ ନିକଟ ବନ୍ଦିକା ଛକରେ ପୁଲିସ ଯାଞ୍ଚ କରୁଥିବା ସମୟରେ ଏକ ଇଚର୍‌ ଗାଡ଼ିକୁ ଅଟକାଇ ତଲାସି କରିଥିଲା । ତଲାସି ବେଳେ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା । ଘଟଣାରେ ବାଲିଗୁଡ଼ା ଥାନା ଅଧୀନ ପାଙ୍ଗୁରୁମିଲା ଗ୍ରାମର ଗ୍ଲାଡୋ ଦିଗାଲଙ୍କ ପୁଅ ମୋହତ ଦିଗାଲ (୨୮)ଙ୍କୁ ଗିରଫ କରାଯାଇଛି । ତାଙ୍କ ନିକଟରୁ ୧୧୪୦ କେଜି ଗଞ୍ଜେଇ, ଏନ୍‌ଏଲ୍‌-୦୧-ଏଏଫ୍‌ – ୨୧୦୫ ନମ୍ବର ବିଶିଷ୍ଟ ଏକ ଇଚର୍‌ ଗାଡ଼ି ଏବଂ ଗୋଟିଏ ଭିଭୋ ସ୍ମାର୍ଟଫୋନ୍ ଜବତ କରାଯାଇଛି । ଏନେଇ ତୁମୁଡ଼ିବନ୍ଧ ଥାନାରେ କେସ୍‌ ନଂ. ୧୨୨/୨୬ରେ ଏନ୍‌ଡିପିଏସ୍‌ ଆକ୍ଟର ଧାରା ୨୦(ବି)(ସସ)(ସି) ଅନୁଯାୟୀ ମାମଲା ରୁଜୁ ହୋଇଛି। ଜବତ ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ଏହି ଚୋରାଚାଲାଣ ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି । ମାମଲାର ତଦନ୍ତ ଅଧିକାରୀ ତଥା ତୁମୁଡ଼ିବନ୍ଧ ଥାନା ଅଧିକାରୀ ନିରଞ୍ଜନ ଦାସଙ୍କ ନେତୃତ୍ୱରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.