om academy

ଦୁଇଟି ହାତୀ ଦାନ୍ତ ଜବତ କଲା ବନବିଭାଗ : ୧୦ ଜଣ ଗିରଫ

jsm

ରାଉରକେଲା : ରାଉରକେଲାରେ ବନବିଭାଗକୁ ବଡ ସଫଳତା । ଦୁଇଟି ହାତୀ ଦାନ୍ତ ଜବତ ହେବା ସହ ୧୦ ଜଣଙ୍କୁ ଗିରଫ କରାଯାଇଛି । ଜବତ ଦୁଇ ହାତୀ ଦାନ୍ତ ହେଉଛି ଗୋଟିଏ ୨୪ ଇଞ୍ଚ ଓ ୨୨ ଇଞ୍ଚ । ଏହି ଦୁଇ ଦାନ୍ତର ଆନୁମାନିକ ମୂଲ୍ୟ ହେବ ୪ ଲକ୍ଷ ଟଙ୍କା । ରାଉରକେଲା ବନବିଭାଗର ସ୍ୱତନ୍ତ୍ର ଟିମ୍ ଏହାକୁ ଜବତ କରିଛି । କେ. ବଲାଙ୍ଗ ଅଞ୍ଚଳରୁ ହାତୀ ଦାନ୍ତ ଜବତ ସହ ଗିରଫ କରିଛି ବନବିଭାଗ । ଖବର ପାଇ ବାଙ୍କୀ ଫରେଷ୍ଟ ରେଞ୍ଜ ସେଠାରେ ପହଞ୍ଚିଥିଲେ । ଏନେଇ ଅଧିକ ତଦନ୍ତ ଚାଲିଛି । ଆଗକୁ ଏଥିରେ କିଏ କିଏ ସାମିଲ ଅଛନ୍ତି ତାହା ପୋଲିସ ତଦନ୍ତ କରୁଛି ।

Leave A Reply

Your email address will not be published.