ସମସ୍ତ ବିଷୟରେ ସ୍ନାତକୋତ୍ତର ନାମଲେଖା ପାଇଁ ଡେଟ୍‌ ଲାଇନ୍‌ ଘୋଷଣା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଷୟରେ ସ୍ନାତକୋତ୍ତର ୨୦୨୦-୨୧ ନାମଲେଖା ପାଇଁ ଡେଟ୍‌ ଲାଇନ୍‌ ଘୋଷଣା ହୋଇଥିବା ବେଳେ ଆସନ୍ତା ଡିସେମ୍ବର ୫ ତାରିଖ ଦିନ ପୂର୍ବାହ୍ନ ୧୧ଟା ସମୟରେ ୟୁନିଭର୍‌ସିଟି / କଲେଜ ଅନୁସାରେ ପ୍ରଥମ ଚୟନ ତାଲିକା ପ୍ରକାଶ ପାଇବ ବୋଲି କୁହାଯାଇଛି । ସେହିପରି ଦ୍ୱିତୀୟ ଚୟନ ତାଲିକା ଡିସେମ୍ବର ୧୭ ତାରିଖ ଦିନ ଏବଂ ତୃତୀୟ ଚୟନ ତାଲିକା ଡିସେମ୍ବର ୨୬ ତାରିଖ ଦିନ ପୂର୍ବାହ୍ନ ୧୧ଟା ସମୟରେ ପ୍ରକାଶ ପାଇବ ବୋଲି ସୂଚନାରେ କୁହାଯାଇଛି । ଏ ସଂକ୍ରାନ୍ତରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଜି ଏସ୍‌ଓପି. ଜାରି କରାଯାଇଛି ।

Leave A Reply

Your email address will not be published.