ବୋରପଦର ପଂଚାୟତର ଦୁଇଟି ଗ୍ରାମକୁ ସଟଡାଉନ ଘୋଷଣା କଲେ ସରପଞ୍ଚ

କର୍ଲାମୁଣ୍ଡା, (ନରୋତ୍ତମ ସେଲ୍‌ମା) : ଏହି ବ୍ଲକର ବୋରପଦର ଗ୍ରାମ ପଂଚାୟତର ଖଲିଆପାଲି ଓ ଭଟାପଲା ଗ୍ରାମରେ କରୋନା ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ସରପଞ୍ଚ ମାଧବ ସାହୁ ସଟଡାଉନ ଘୋଷଣା କରିଛନ୍ତି । ଆଜି ଠାରୁ ସତେଇଶ ତାରିଖ ପର୍ୟ୍ୟନ୍ତ ଏହି ଦୁଇ ଗ୍ରାମ ସମ୍ପୂର୍ଣ ସଟଡାଉନ ରହିବ । ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ, ମେଡିକାଲ ସେବା ବ୍ୟତୀତ ଅନ୍ୟ ସବୁ ସେବା ବନ୍ଦ ରହିବ । ଏଥି ସହିତ ଏହି ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

Leave A Reply

Your email address will not be published.

14 + 12 =