pr

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବୈଠକ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବୈଠକ ପୂର୍ବତନ ବିଧାୟକ ତଥା କେନ୍ଦୁପତ୍ର ନେତା ପ୍ରଦୀପ ପୁରୋହିତ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଗତକାଲି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟସଂପାଦକ କୋକିଲ ସାହୁ ସିଜି ୱାଚର ସଂଘର ନେତା ଭାର୍ତ୍ତିକ ନାଗ, କାଶୀ ରାଉତ, ଜୟକୁମାର ତାଣ୍ଡୀ, ତୁଳାରାମ ଭୁଏ ଆଦିଙ୍କ ସହ ବୈଠକ ବସିବା ପରେ କେନ୍ଦୁପତ୍ର ଶ୍ରମିକଙ୍କ ବିଭିନ୍ନ ସମସ୍ୟା ନେଇ ଓଡିଶା ସରକାରଙ୍କ ଜଙ୍ଗଳ ବିଭାଗର ପ୍ରମୁଖ ଶାସନ ସଚିବ ମାନନୀୟ ଡା ମୋନା ଶର୍ମା ଏବଂ କେନ୍ଦୁପତ୍ର ବିଭାଗର ପିସିସିଏଫ୍ ପ୍ରଭାକର ବେହେରାଙ୍କ ସହ ଟେଲିଫୋନ ଯୋଗେ ବିଶଦ ଆଲୋଚନା କରିଥିଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ । ସିଜି ୱାଚର ମାନଙ୍କ ଦରମା ବୃଦ୍ଧି ଫାଇଲ ବିଚାରଧିନ ଥିବା ବେଳେ ୨୦୨୦ବର୍ଷର କେନ୍ଦୁପତ୍ର ତୋଲାଳୀଙ୍କ ବୋନସ, ସିଜିନାଲ କର୍ମଚାରୀଙ୍କ ଇନ୍‌ସେନ୍ଟିଫ୍, ଚପଳ ଏବଂ ସାଇକେଲ କିଣା ବାବଦକୁ ୧୧୪ କୋଟି ଟଙ୍କା ଡିଏଫଓ ମାନଙ୍କୁ ପଠାଯାଇ ସାରିଛି । ଆଗରୁ ମୁନ୍‌ସୀ ଚପରାସୀ ମାନଙ୍କ ଦରମା ଆସିଥିଲା ତେଣୁ ଡି ଏଫ୍ ଓ ମାନେ ତୁରନ୍ତ ତୁଲାଳୀ ସିଜିନାଲ ଷ୍ଟାଫଙ୍କୁ ଟଙ୍କା ପଇଠ କରନ୍ତୁ ବୋଲି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଦାବୀ କରିଛନ୍ତି ।

nrusinghnath
Leave A Reply

Your email address will not be published.