ରାଜବୋଡ଼ାସମ୍ବର କୃଷକ ସଂଗଠନ ପାଇକମାଲ ତହସିଲ ଅଫିସ ଘେରାଉ ପାଇଁ ସଜବାଜ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ରାଜବୋଡ଼ାସମ୍ବର କୃଷକ ସଂଗଠନର ଏକ ବୈଠକ ପାଇକମାଲ ପଂଚାୟତ କାର୍ଯ୍ୟାଳୟ ପରିସରରେ ଶନିବାର ବିଶ୍ୱନାଥ ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନେକ ଚାଷୀ ଏକତ୍ରିତ ହୋଇ ୨୦୨୧ ମସିହାର ଫସଲ ବୀମା ଟଙ୍କା ସରକାର ତଥା ବୀମା କମ୍ପାନୀ ନ ଦେଇ ଦିନ ଗଡାଇ ଚାଲିଛନ୍ତି । ତେଣୁ ଆଜିକାର ବୈଠକରେ କର କିମ୍ବା ମର ଭଲି କରା ନ ଗଲେ ସରକାର ଶୁଣିବେ ନାହିଁ ବୋଲି ମତବ୍ୟକ୍ତ କରିଛନ୍ତି । ତେଣୁ ଚାଷୀମାନେ ଆସନ୍ତା ୨୫/୧୦/୨୦୨୨ ତାରିଖ ସୁଦ୍ଧା ବୀମା ଟଙ୍କା ଚାଷୀମାନଙ୍କ ଖାତାକୁ ନ ଆସିଲେ, ଆସନ୍ତା ୨୮/୧୦/ ୨୦୨୨ ତାରିଖ ଦିନ ପାଇକମାଲ ତହସିଲ କାର୍ଯ୍ୟାଳୟ ଘେରାଉ କରାଯିବା ନିମନ୍ତେ ଚରମ ନିଷ୍ପତ୍ତି ନିଆଯାଇଛି ବୋଲି ସଭାପତି ବିଶ୍ୱନାଥ ରଣା ଜଣାଇଛନ୍ତି । ଆଜିର ବୈଠକରେ ରାହାସ ବିହାରୀ ସାହୁ, ବାଳକୃଷ୍ଣ ବନଛୋର, ଭଗବାନ ପ୍ରଧାନ ପ୍ରମୁଖଙ୍କ ସହ ଅନେକ ଚାଷୀ ଥିଲେ । ଶେଷରେ ଯୁଧିଷ୍ଠିର ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

16 + six =