ସରସ୍ଵତୀ ଶିଶୁ ମନ୍ଦିର ସର୍ଗିବାହାଲରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସରସ୍ଵତୀ ଶିଶୁ ମନ୍ଦିର ସର୍ଗିବାହାଲରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟ ଅନୁଷ୍ଠିତ ହୋଯାଇଅଛି । ଏଥିରେ ଶିଶୁ ପ୍ରାରମ୍ଭ ଓ ଶିଶୁ ବୋଧ ଶ୍ରେଣୀ ଶିଶୁମାନଙ୍କ ଅଭିଭାବିକାମାନେ ଉପସ୍ଥିତ ଥିଲେ । ଶ୍ରୀମତୀ ଶୋଭାବତୀ ସାହୁ ଓ ପଦ୍ମିନୀ ଭୋଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ପ୍ରଧାନ ଆଚାର୍ଯ୍ୟ ପ୍ରମୋଦ କୁମାର ସାହୁ ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ପ୍ରହଲ୍ଲାଦ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ବିଷ୍ଣୁପ୍ରିୟା ମହାପାତ୍ର ମାମାନଙ୍କ ଭୂମିକା ବିଷୟରେ କହିଥିଲେ । ଫୁଲ ପ୍ରଦର୍ଶନୀ ଲଗାଇ ଶିଶୁମାନଙ୍କୁ ବିଭିନ୍ନ ଫୁଲର ପରିଚୟ କରାଇଥିଲେ ଏବଂ ଜ୍ଞାନାତ୍ମକ ପାଠରେ ମୁଢ଼ି ଚଟ୍‌ପଟି କରି ଦେଖାଇ ଥିଲେ । ବାଟିକା ଗୁରୁଜୀ ଭକ୍ତବନ୍ଧୁ ସ୍ୱାଇଁ ସହଯୋଗ କରିଥିଲେ ।

Leave A Reply

Your email address will not be published.

19 − 17 =