centurian jitm

ଦିବ୍ୟାଙ୍ଗ ଅନୁଷ୍ଠାନର ଅର୍ଥ ହରିଲୁଟ ଓ କେଲେଙ୍କାରୀ ମାମଲା ଅଧିକ ଘନୀଭୂତ

nschool
  • ଆନନ୍ଦ ରାଓଙ୍କ ସହଯୋଗୀ ଶଙ୍କର ମହାନ୍ତିଙ୍କୁ ପ୍ରଶାସନ ଆଗରେ ଘେରିଲେ ଅଭିଭାବକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମସ୍ତ ଜମାଖାତାର ଷ୍ଟେଟମେଣ୍ଟ ଆଇସିଆଇସି ବ୍ୟାଙ୍କ ଛତ୍ରପୁର ଶାଖା କର୍ତ୍ତୃପକ୍ଷ ପ୍ରଶାସନକୁ ମଙ୍ଗଳବାର ପ୍ରଦାନ କଲା । ତା’ସାଂଗକୁ ଆନନ୍ଦ ବାବାଙ୍କର ଅନ୍ୟଜଣେ ସହଯୋଗୀ ଗୁମାସ୍ତା ଶଙ୍କର ମହାନ୍ତିଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ଅଥବା ଯାଞ୍ଚ କମିଟି ଡକାଇ ପଚରାଉଚରା କରିଛି । ସୋମବାର ଅଭିଯୋଗ ଶୁଣାଣି ଦିନ ଆଇସିଆଇସି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଯାଞ୍ଚ କମିଟି ସାମ୍ନା ସାମ୍ନି କଥାବାର୍ତ୍ତା କରି ଏହାକୁ ତଦନ୍ତ ପରିସର ମଧ୍ୟକୁ ନେଇଛି । ତେବେ ଜିଲ୍ଲା ପ୍ରଶାସନ ଦ୍ୱାରା ଗଠିତ ଏହି ଯାଞ୍ଚ କମିଟି ପକ୍ଷରୁ ଛତ୍ରପୁର ଏବଂ ଗଞ୍ଜାମ ଜିଲ୍ଲାର ଅନ୍ୟ ସମସ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ପ୍ରଶାସନ ମଙ୍ଗଳବାର ଦିନ ଯୋଗସୂତ୍ର କରିଥିଲେ । ଭିନ୍ନକ୍ଷମ ପିଲାଙ୍କ ସମ୍ପର୍କିତ ଆସୁଥିବା ଅର୍ଥ ଠିକ୍‌ ଭାବେ ପାଇଛନ୍ତି, କି ନାହିଁ ଜାଣିବା ପାଇଁ ସବୁ ବ୍ୟାଙ୍କକୁ ପ୍ରଶାସନ ଷ୍ଟେଟମେଣ୍ଟ ସହ ପାସବୁକ ମାଗିଛନ୍ତି । ସୂଚନା ଥାଉକି, ଯାଞ୍ଚ କରିବା ଦ୍ୱାରା କେତେଜଣ ପିଲାଙ୍କ ଅଭିଭାବକ ନଗଦ ଅର୍ଥ ପାଇଛନ୍ତି ବୋଲି ଜଣେ ପଦାଧିକାରୀ କହିଛନ୍ତି । ତେବେ ଏତେ ବର୍ଷ ହେଲା ଅଭିଭାବକଙ୍କୁ ସିଧାସଳଖ କାହିଁକି ବ୍ୟାଙ୍କ ପାସବୁକ ନ ଦେଇ ରଖିଥିଲେ, ତାହା ପ୍ରଶାସନକୁ ଅଧିକ ସନ୍ଦେହ କରିଛି । ଚଳିତ ସୋମବାର ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଅନ୍ୟ କେତେଜଣ ଭିନ୍ନକ୍ଷମ ପିଲା ଓ ଅଭିଭାବକଙ୍କ ହସ୍ତରେ ନଗଦ ଅର୍ଥ ଯାହା ଯାଞ୍ଚ ପରେ ମିଳୁଛି, ସେହି ରାଶିର ଅର୍ଥ ବଣ୍ଟାଯିବାର କାର୍ଯ୍ୟକ୍ରମ ରହିଛି । ଫଳରେ ଭିନ୍ନକ୍ଷମମାନଙ୍କ ଆର୍ଥିକ ସହାୟତା ଅର୍ଥ ବାଟମାରଣା କିପରି ନ ହେବ ସେ ଦିଗରେ ପ୍ରଶାସନ ଧ୍ୟାନ ଦେବ ବୋଲି କୁହାଯାଇଛି । ପ୍ରତି ସୋମବାର ଦିନ ଭିନ୍ନକ୍ଷମ ଲୋକଙ୍କ ଆଶୁ ସମାଧାନର ଫଇସଲା ନିମନ୍ତେ ଯୁଗ୍ମ ଅଭିଯୋଗ ଶୁଣାଣି ହୋଇଥାଏ । କିନ୍ତୁ ଜୁଲାଇ ୪ ତାରିଖରେ ଛତ୍ରପୁରର ଦିବ୍ୟାଙ୍ଗ ଅନୁଷ୍ଠାନର ମାଲିକାନାସତ୍ତ୍ୱରେ ରହିଥିବା ଡ଼ଃ.କେ. ଆନନ୍ଦ ରାଓଙ୍କ ନାମରେ ଯୌନକେଲେଙ୍କାରୀ ଓ ଦିବ୍ୟାଙ୍ଗ ଅନୁଷ୍ଠାନର ଅର୍ଥ ହରିଲୁଟ ମାମଲା ସମ୍ପର୍କରେ ନୂତନ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଆସିଥିଲା । ତେବେ କୁହାଯାଏ, ଯେ, ପ୍ରାକ୍ତନ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏନେଇ ତଦନ୍ତ କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ଆନନ୍ଦବାବାଙ୍କ ବିରୁଦ୍ଧରେ ତତ୍କାଳୀନ ଅଭିଯୋଗକାରିଣୀ ଏଫଆଇଆର ଦାଏର କରିବାକୁ ସାହସ କରି ନଥିଲେ କି’ ସେହି ଝିଅପିଲା ବାବାଙ୍କର ମୁଖା ଖୋଲିବାକୁ ପଛଘୁଞ୍ଚା ଦେଇଥିଲେ । ଦୁଇଜଣ ତରୁଣୀ ବୋଧହୁଏ, ନିଜ ସୁନାମ ବଦନାମ ଆଣିବାକୁ ଚାହିଁ ନ ଥିଲେ ବୋଲି କୁହାଯାଏ । କିନ୍ତୁ ଆଜି ବାସ୍ତବିକ ପ୍ରମାଣ ଭିତ୍ତିକ ଅଭିଯୋଗ ଅଣାଯାଇଛି । ଆନନ୍ଦ ରାଓଙ୍କ ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ଓ ଶିକ୍ଷକମାନେ ଛଟେଇ ହୋଇଥିବା ବେଳେ ସେମାନେ ଆଣିଥିବା ଅଭିଯୋଗ ଠାରୁ ବାବାଙ୍କ ଗୁମର ଯେତେ ଖୋଲିଲେ, ସେତେ ପରଦା ଫିଟୁଛି । ସର୍ବୋପରି ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସ୍ଥ ଜଉଗଡ଼ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣିରେ ପ୍ରତି ସୋମବାର ଦିନ ଭିନ୍ନକ୍ଷମମାନଙ୍କ ପାଇଁ ଉଦ୍ଧିଷ୍ଟ ଥିଲା ବେଳେ ଅନ୍ୟ କୌଣସି ବର୍ଗର ଅଭିଯୋଗ ଶୁଣାଣି ଆସୁନଥିବା ବେଳେ କେବଳ ଆନନ୍ଦ ରାଓଙ୍କ ନାମରେ ଭିନ୍ନକ୍ଷମ ପିଲାଙ୍କର ଅର୍ଥ ହରିଲୁଟ ଓ ନିମ୍ନମାନର ଖାଦ୍ୟ ଦିଆଯାଉଥିବା, ଚିକିତ୍ସା ସେବା, ପିଲାଙ୍କ ଖାଦ୍ୟପେୟରେ ଅଣଦେଖା କରି ସବୁତକ ଲୁଟ କରିବା ଅଭିଯୋଗ ଆସୁଛି । ଯାହା କେବଳ ଆନନ୍ଦ ସାରଙ୍କ ବିରୁଦ୍ଧରେ । ଯାହାକି ଶୁଣିଲେ ବିସ୍ମୟ ଲାଗେ । ଭିନ୍ନକ୍ଷମ ଯୋଜନାରେ ଆସୁଥିବା ସମସ୍ତ ସରକାରୀ ଅନୁଦାନ, ବୃତ୍ତିନାମା- ଅର୍ଥ, ପିଲାମାନଙ୍କ ପାଠ୍ୟଖସଡ଼ା, ସିଲାବସ, ୟୁନିଫର୍ମ ଆଦି ସମସ୍ତ ପ୍ରକାର ଅର୍ଥ ହରିଲୁଟ ସମ୍ପର୍କରେ ଅଭିଯୋଗ ବଢୁଛି । ବ୍ଲାଙ୍କ ଚେକରେ ଦସ୍ତଖତକରି ସେ କେତେ ଟଙ୍କା ଆତ୍ମସାତ କରିଛନ୍ତି । ତାହାରି ଉପରେ ଉକ୍ତ ଯାଞ୍ଚ କମିଟିର ତଦନ୍ତ ସରିବା ପରେ ଏହା ଭିଜିଲାନ୍ସ ହାତକୁ ଯିବ । ଆବଶ୍ୟକ ପଡ଼ିଲେ ଏହା ଉଚ୍ଚସ୍ତରୀୟ ତଦନ୍ତ ଅବା କ୍ରାଇମବ୍ରାଞ୍ଚ ହସ୍ତକ୍ଷେପ ହେବାର ସୂଚନା ରହିଛି ।

Leave A Reply

Your email address will not be published.