om academy

ଦୀର୍ଘ ୧୨ ବର୍ଷ ପରେ ଛତ୍ରପୁର ସହର ମେନ୍‌ରୋଡ଼୍‌ର ନାଳ ନାର୍ଦ୍ଦମା ସଫେଇ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୀର୍ଘ ବର୍ଷର ବ୍ୟବଧାନ ପରେ ଛତ୍ରପୁର ସହରର ସମସ୍ତ ନାଳ ନାର୍ଦ୍ଦମାଗୁଡିକର କୁଢ଼କୁଢ଼, ବାଲି, ମାଟି, ପୋଚ-ପଙ୍କ ଆଦି ଏନ୍‌ଏସିର ମେହେନ୍ତରମାନଙ୍କୁ ନେଇ ବାହାର କରାଯାଇଛି । ଯାନ୍ତ୍ରିକ ଗାଡ଼ିସହ, ହିଟେଜ୍‌ ଲଗାଇ ନାଳ ଘୋଡଣୀ ବାହାର କରି ପୋଚ-ପଙ୍କ ଉଦ୍ଧାର କରାଯାଇ ସଫାକରି ପୁଣି ଢ଼ାଙ୍କୁଣି ପକାଇ ଦିଆଯାଉଛି । ବୁଧବାର ସକାଳୁ ସକାଳୁ ନିର୍ବାହୀ ଅଧିକାରୀ ଏନ୍.ଗଣେଶ ବାବୁ, ନଗରପାଳିକାଙ୍କ ସ୍ୱାମୀ କେ.ଚନ୍ଦ୍ରଶେଖର ରେଡ୍ଡୀ, ୧୦ନମ୍ବର ୱାର୍ଡର କାଉନସିଲର ଦେବାଶିଷ ମିଶ୍ର, ୧୨ ନମ୍ବର ୱାର୍ଡର କାଉନସିଲର ସୁମନ୍ତ ନାହାକଙ୍କ ଉପସ୍ଥିତିରେ ଅନେକ ଏନ୍‌ଏସି କର୍ମଚାରୀଙ୍କ ସହଯୋଗରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୀର୍ଘ ୧୨ବର୍ଷ ହେଲା ସହରର ସମସ୍ତ ନାଳ ଗୁଡ଼ିକ ପୋତି ହୋଇଥିବା ବେଳେ ବର୍ଷା ଦିନର ନାଳ ପାଣି ଲୋକଙ୍କ ଘର ଭିତରକୁ ଯାଉଥିବା ବେଳେ ଲୋକେ ଅତିଷ୍ଠ ହୋଇ ଉଠିଥିଲେ । ନାନା ଅସୁବିଧାର ସମୁଖୀନ ହୋଇ ବାରମ୍ବାର ଅଭିଯୋଗ କରିଆସୁଥିଲେ । ଏହି ମେଗା-ସଫେଇକରଣକୁ ନେଇ ଜନସାଧାରଣରେ ଏହି କାର୍ଯ୍ୟକୁ ସ୍ୱାଗତଯୋଗ୍ୟ ବିଷୟ ବୋଲି ଆଲୋଚିତ ହୋଇଛି ।

Leave A Reply

Your email address will not be published.