
- ଚଳିତ ବର୍ଷ ଅଧିକ ଆକର୍ଷଣ ପାଇଁ ନିଷ୍ପତି
ରାଇଘର, (କେପିଏନ୍ଏସ୍) : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମା ସ୍ଥିତ ପଲ୍ଲୀ ସଂସଦ କ୍ଲବ୍ ପକ୍ଷରୁ ସାର୍ବଜନୀନ ଦୁର୍ଗା ପୂଜା ନିମନ୍ତେ କଲ୍ୟାଣ ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଭାସ୍କର ଦଣ୍ଡସେନାଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ସର୍ବସମ୍ମତି କ୍ରମେ ସଭାପତି ଭାବରେ ସୁଶାନ୍ତ ସାମନ୍ତରାୟ, ଉପସଭାପତି କିରଣ ପଟ୍ଟନାୟକ, ମନୋଜ ରାଜପୁତ୍, ସମ୍ପାଦକ ଭାବରେ ଭବାନୀ ନାୟକ, ସହସମ୍ପାଦକ ଭାବରେ ମାମୁନି ଚକ୍ରବର୍ତ୍ତି, ରାମ ଦୁଆଲ ସ୍ନିହା, କୋଷାଧ୍ୟକ୍ଷ ଭାବେ କସ୍ତୁରୀ ରଞ୍ଜନ ଦାସ ମନୋନୀତ ହୋଇଛନ୍ତି । ଉପଦେଷ୍ଟା ମଣ୍ଡଳୀରେ କମଲ ସିଂ ରାଜପୁତ, ଭାସ୍କର ଦଣ୍ଡସେନା, ଇନ୍ଦଲ ନାୟକ, ଶ୍ରୀରାମ ସୁନାନୀ, ମାଳି ସିଂ ପାତ୍ର, ଦିବାକର ନାୟକ, ଲମ୍ବଧର ମାଝୀ, ଲକ୍ଷ୍ମୀକାନ୍ତ ଝାୱର୍ ପ୍ରମୁଖ ରହିଛନ୍ତି । ଚଳିତ ବର୍ଷ ଅଧିକ ଆକର୍ଷଣ ସାଙ୍ଗକୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ନିମନ୍ତେ ସ୍ଵତନ୍ତ୍ର କମିଟି ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ଚିଠା ପ୍ରସ୍ତୁତ ହୋଇଛି । ଚଳିତ ବର୍ଷ ୫୩ ବର୍ଷରେ ପଲ୍ଲୀ ସଂସଦ କ୍ଲବ୍ ଦୁର୍ଗା ପୂଜା ଆୟୋଜିତ ହେବ । ଏଥିପାଇଁ କମିଟି ଅଧିକ ଆକର୍ଷଣ ସାଙ୍ଗକୁ ସପ୍ତମୀ ପୂଜା ଠାରୁ ଦଶମୀ ପୂଜା ପର୍ଯ୍ୟନ୍ତ ଓ ବିସର୍ଜନ ମଧ୍ୟ ସ୍ଵତନ୍ତ୍ର ପାଇଁ ବରିଷ୍ଠ ମାନଙ୍କ ଠାରୁ ମତାମତ ନିଆଯାଇ ବ୍ୟୟ ବରାଦ ପ୍ରସ୍ତୁତ ହୋଇଛି । ପ୍ରତି ବର୍ଷ ଠାରୁ ଚଳିତ ବର୍ଷ ଅଧିକ ଉତ୍ସାହ ଓ ଆକର୍ଷଣ ଲାଇଟ୍ ସାଜସଜ୍ଜା ନିମନ୍ତେ ସ୍ଵତନ୍ତ୍ର ଚିଠା ପ୍ରସ୍ତୁତ ହୋଇଛି । ସମସ୍ତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ମଧ୍ୟରେ କିଭଳି ପୂଜା ଆୟୋଜିତ ହେବ କମିଟି ସ୍ଵତନ୍ତ୍ର ଗୁରୁତ୍ଵ ଦେଇଛି ।