jayashree

ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ ସ୍ଥାନୀୟ ପ୍ରଧାନ ଶିକ୍ଷକ ସତ୍ୟବାନ କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଗଣେଶ କିଷାନ ମୁଖ୍ୟ ଅତିଥି, ଲିଙ୍ଗମାର୍ଣ୍ଣି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନାତନ ବେହେରା, ଦିଗଶିରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଦାଶ ଓ ଗଜବନ୍ଧ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ସମ୍ମାନିତ ଅତିଥିଭାବେ ଯୋଗଦେଇ ଗ୍ରାମାଞ୍ଚଳ ସ୍ତରର କ୍ରୀଡା ପ୍ରତିଭାଙ୍କୁ ଚୟନ ପାଇଁ ସମସ୍ତଙ୍କ ନିଷ୍ଠାପର ପ୍ରୟାସ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ବ୍ଲକ କ୍ରୀଡା ସମ୍ପାଦକ ଅଶୋଳ ବୁଦ୍ଧିଆଙ୍କ ତତ୍ୱାବଧାନରେ ବିଭିନ୍ନ ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖେଳ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଚଳିତ ବର୍ଷ ଚଉଦ ବର୍ଷରୁ କମ ଓ ସତର ବର୍ଷରୁ କମ୍‌ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ କ୍ରୀଡା ପ୍ରତିଯୋଗିତା କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ଜିଲ୍ଲା କ୍ରୀଡା କମିଟି ସଭ୍ୟା ପଦ୍ମିନୀ ସାହୁ ଉଦ୍ଦେଶ୍ୟ ଜ୍ଞାପନ ଓ ସଭ୍ୟ ସଂଜୀବ ସାହୁ ସଭା ପରିଚାଳନା କରିଥିଲେ । ଶେଷରେ ଶୁଖା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖେଳ ଶିକ୍ଷକ ଟେକଚାନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.