
ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଏଥଲେଟିକ୍ ଏସୋସିଏସନ ତରଫରୁ ୧୨ ତାରିଖ ପର୍ଯ୍ୟନ୍ତ ସିନିୟର୍ ନକ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି । ଏହି କ୍ରମରେ ଲୋଇସିଂହା ଷ୍ଟାଡିୟମ୍ ଠାରେ ପୁଲ୍ ୨, ଗ୍ରୁପ ଜିର ପ୍ରଥମ ମ୍ୟାଚ ତେତେଲଖୁଣ୍ଟି ଓ ଫାସଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୨-୦ ଗୋଲରେ ଫାସଡକୁ ହରାଇ ତେତେଲଖୁଣ୍ଟି ବିଜୟୀ ହୋଇଛି । ପ୍ରଦୀପ ବଗର୍ତ୍ତି ମ୍ୟାଚ କମିଶନର ଥିବାବେଳେ ବିଜୟ ରଣା, ରୋସନ ମେହେର, ଅଞ୍ଜନ ବେଶ୍ରା, ଭୋଳାନାଥ ନାଏକ ପ୍ରମୁଖ ଖେଳ ପରିଚାଳନା କରିଥିଲେ । ଲୋଇସିଂହା ଷ୍ଟାଡିୟମ୍ ଟ୍ରଷ୍ଟବୋର୍ଡ ସମ୍ପାଦିକା ସ୍ମିତା ମିଶ୍ର, ସଭ୍ୟ ଦିଲୀପ କୁମାର ବେହେରା, ବିଶ୍ଵନାଥ ଭୂୟାଁ, ବିଭୂତି ଭୂଷଣ ସାହାଣୀ ପ୍ରମୁଖ ମଞ୍ଚାସୀନ ଥିଲେ । ଷ୍ଟାଡିୟମ୍ କମିଟି ସମ୍ପାଦକ ଶିବ କୁମାର ଅଗ୍ରୱାଲ, ଫୁଟବଲ ସଂଘ ସଂପାଦକ ଟିକୁ ପାଣ୍ଡିଆ, ନଯୁ ଖାନ, ଭାଗବତିଆ ଭୋଇ, ସିଲୁ ସେବକ, ଦେବ ବିଶ୍ଵାଳ, ବୁଲୁ ବହିଦାର, ଆନନ୍ଦ ପୁଟେଲ୍, ଚତୁର ଦଳେଇ, ମନୋଜ ମାହାନା ପ୍ରମୁଖ ସହଯୋଗ କରିଥିଲେ । ଆସନ୍ତାକାଲି ବୁଧବାର ଦିନ ବାଦିବାହାଲ ଓ ଝାରମୁଣ୍ଡା ଏବଂ କୁଶଙ୍ଗ ଓ ମୁରସୁଣ୍ଡ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାଯାଇଛି ।