ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଧେଶିକାଙ୍କ ପଦ୍ମପୁର ଗସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗୁରୁବାର ପଦ୍ମପୁର ଉପଖଣ୍ଡକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଧେଶିକା କଲ୍ୟାଣୀ ଦାସ ଏକ ଦିନିକିଆ ଗସ୍ତରେ ଆସି ଉପଖଣ୍ଡ ସୂଚନା ଓ ଲୋକ‌ ସମ୍ପର୍କ ବିଭାଗର କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହି ଅବସରରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମହେନ୍ଦ୍ର ସାହୁ, ଫୁଲତୋଡା ଦେଇ ସ୍ୱାଗତ କରିବା ସହ କାର୍ଯ୍ୟାଳୟର ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଶ୍ରୀମତୀ ଦାସ ସୂଚନା କେନ୍ଦ୍ର ଓ ପାଠାଗାର ମଧ୍ୟ ପରିଦର୍ଶନ କରିଥିଲେ । ଏହି ସମୟରେ ବିଭାଗୀୟ କର୍ମଚାରୀ ରାୟି ସିଂ ମାଝୀ, ପୂର୍ବତନ କର୍ମଚାରୀ ନୂଆ ସାହୁଙ୍କ ସମେତ ଅନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.