pakka

ତିନି କ୍ଵିଣ୍ଟାଲ ଗଞ୍ଜେଇ ଜବତ : ୧ ଗିରଫ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଏକ ଟ୍ରକ୍‌ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ତାକୁ ଧରିବାରେ ସଫଳ ହୋଇଥିବା ଜଣାପଡିଛି । ଜାତୀୟ ରାଜପଥ ପର୍ଥଲା ନିକଟରେ ଦ୍ରୁତ ଗତିରେ ଯାଉଥିବା ଟ୍ରକକୁ ବରଗଡ଼ ସଦର ପୋଲିସ ଅଟକାଇ ବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୋଲିସକୁ ଦେଖି ଟ୍ରକ ଦ୍ରୁତ ଗତିରେ ଫେରାର୍‌ ହେବାକୁ ଚେଷ୍ଟା କରିଥିଲା । ଫଳରେ ଆଗର ଥିବା ଆଉ ଏକ ଟ୍ରକକୁ ଧକ୍କା ଦେଇଥିଲା । ତାକୁ ଚେକ୍‌ କରୁଥିବା ପୋଲିସ ଗାଡି ଘଟଣା ସ୍ଥଳରେ ଟ୍ରକର ଯାଞ୍ଚ କରି ଚାରା ମଧ୍ୟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜାଣି ପାରିଥିଲା । ଚୋରା ଚାଲାଣ ହେଉଥିବା ଗଞ୍ଜେଇ ପ୍ରାୟ ତିନି କ୍ଵିଣ୍ଟାଲ ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଏସ୍‌ପି ସ୍ମିତ ପର୍ମାର ପୁରୁଷୋତ୍ତମ ଦାଶ ସୂଚନା ଦେଇଥିଲେ । ଟ୍ରକ୍ ଡ୍ରାଇଭରକୁ ଗିରଫ କରାଯାଇଥିବା ବେଳେ ଟ୍ରକ୍‌କୁ ଜବତ କରିଛନ୍ତି ।

jay balangir
Leave A Reply

Your email address will not be published.

five − three =

error: Content is protected !!