pakka

ଗାୟତ୍ରୀ ଇଲେକ୍‌ଟ୍ରିକ୍ ହୋଲସେଲର୍ ଦୋକାନରେ ଜିଏସ୍‌ଟି ଚଢାଉ

bbehera

କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ଗତ କିଛି ଦିନର ବ୍ୟବଧାନ ପରେ କଂଟାବାଞ୍ଜି ସହରରେ ପୁଣି ଥରେ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଚଢାଉ କରାଯାଇଛି । ସୋମବାର ସ୍ଥାନୀୟ ପୁର୍ଶରାମ ଛକ ନିକଟରେ ଥିବା ଗାୟତ୍ରୀ ଇଲେକ୍‌ଟ୍ରିକ୍ ହୋଲସେଲର୍ ଦୋକାନ ଓ ଧୁବାପଡାରେ ଥିବା ଗୋଦାମ ଗୃହରେ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଟିମ୍ ବଲାଙ୍ଗିର ଚଢାଉ କରିବା ସହ ବିଭିନ୍ନ ଜରୁରୀ କାଗଜ, ଲେପଟପ୍ ପ୍ରମୁଖ ଯାଂଚ କରିଥିବା ବେଳେ ଖବର ଲେଖା ଯିବା ପର୍ଯ୍ୟନ୍ତ ଚଢାଉ ଜାରୀ ରହିଛି । ଭବାନୀପାଟଣା ଜଏଣ୍ଟ କମିଶନର୍ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଡେପୁଟି କମିଶନର୍ ଅଫ୍ ଷ୍ଟେଟ୍ ଟ୍ୟାକ୍ସ ଅଫିସର କିଶୋର ଚନ୍ଦ୍ର ମେହେରଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ଏହି ଚଢାଉ କରାଯାଇଛି । ଏହି ଚଢାଉରେ ଗାୟତ୍ରୀ ଇଲେକ୍‌ଟ୍ରିକ୍ ହୋଲସେଲର୍ ଦୋକାନର ବିଭିନ୍ନ କାଗଜ ପତ୍ର ଯାଂଚ କରିବା ସହ ଗୋଦାମ୍ ଓ ଦୋକାନର ଷ୍ଟକ୍ ଯାଂଚ କରୁଥିବା ବେଳେ ଯାଂଚ ପ୍ରକ୍ରିୟା ଶେଷ ହେଲେ କେତେ ଟଙ୍କାର ଜିଏସ୍‌ଟି ଠକେଇ ହୋଇଛି ତାର ହିସାବ ପରେ ମିଳିପାରିବ ବୋଲି ଶ୍ରୀ ମେହେର କହିଛନ୍ତି । ଏହି ଦୋକାନ ଓ ଗୋଦାମ ଲକ୍ଷାଧିକ ଟଙ୍କାର ଜିଏସ୍‌ଟି ଫାଙ୍କି ଥିବା ଅନୁମାନ କରାଯାଉଛି । ଏ ନେଇ ଦୋକାନ ମାଲିକ ସୁବାଷ ଜୈନଙ୍କୁ ପଚାରିବାରୁ ସେ ମୋର ଦୋକାନ ସବୁ ଠିକ୍ ଥିବା ବେଳେ ଜିଏସ୍‌ଟି ପକ୍ଷରୁ ଯାଂଚ ଚାଲିଛି ବୋଲି କହିଛନ୍ତି । ସୂଚନା ଯୋଗ୍ୟ ଯେ, ସୁବାଷଙ୍କ ଭାଇଙ୍କ ପ୍ଲାଇଉଡ୍ ଦୋକାନ ଓ ଗୋଦାମରେ ମଧ୍ୟ ପୁର୍ବରୁ ଜିଏସ୍‌ଟି ଓ ଏନ୍‌ଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଚଢାଉ କରାଯାଇ ବିଭିନ୍ନ କାଗଜ ପତ୍ର ସାଙ୍ଗକୁ ଲେପ୍‌ଟପ ଆଦି ଜବତ କରାଯାଇଥିଲା । ସେହିପରି ସହରର ଏଭଳି ଅନେକ ବ୍ୟବାସାୟୀ ପ୍ଲାଇଉଡ, ମିକ୍ସଚର, ତେଳ ଗୋଦାମ, ଛଡ, ସିମେଣ୍ଟ ଆଦି ବ୍ୟବସାୟ କରି କୋଟି ଟଙ୍କା ଜିଏସ୍‌ଟି ଫାଙ୍କି ବ୍ୟବସାୟ କରୁଛନ୍ତି । ଆଜିର ଏହି ଚଢାଉରେ ରାଜ୍ୟ ଟ୍ୟାକ୍ସ ଅଫିସର ରାଜେନ୍ଦ୍ର କୁମାର ନାୟକ, ଅତିରିକ୍ତ ଟ୍ୟାକ୍ସ ଅଫିସର ଶରତ ଚନ୍ଦ୍ର ସେଠ୍‌, ସୁଧାଂଶୁ ବେହେରା ପ୍ରମୁଖ ସାମିଲ ଥିବା ବେଳେ ପୁଲିସ ଟିମ୍‌ ମଧ୍ୟ ମୁତୟନ ଥିଲେ ।

jay balangir
Leave A Reply

Your email address will not be published.

4 × one =

error: Content is protected !!