ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁଲାଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ମାସର ଦ୍ୱିତୀୟ ସୋମବାର ଦିନ ବଙ୍ଗୋମୁଣ୍ଡା ବ୍ଲକ କାର୍ଯର୍ର୍ର୍୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଂଚଳ ରାଣା, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ପିଡ଼ି, ଡିଆର୍‌ଡିଏ ସୁଶାନ୍ତ କୁମାର ସିଂ, ଟିଟିଲାଗଡ଼ ଉପ-ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବଙ୍ଗୋମୁଣ୍ଡା ବିଡ଼ିଓ, ତହସିଲଦାର ତଥା ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ବିଭିନ୍ନ ସମସ୍ୟାମୂଳକ ମୋଟ ୧୨୭ ଗୋଟି ଅଭିଯୋଗମୂଳକ ଦରଖାସ୍ତ ଦାଖଲ ହୋଇଥିଲା । ତନ୍‌ମଧ୍ୟରୁ ୧୦୫ ଗୋଟି ବ୍ୟକ୍ତିଗତ ଅଭିଯୋଗମୂଳକ ଦରଖାସ୍ତ ଦାଖଲ ହୋଇଥିବା ବେଳେ ଅବଶିଷ୍ଟ ୨୨ ଗୋଟି ଗ୍ରାମ୍ୟ ସମସ୍ୟା ମୂଳକ ସାମୁହିକ ଦରଖାସ୍ତ ଦାଖଲ ହୋଇଥିଲା । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଜନସାଧାରଣଙ୍କ ଏହି ଅଭିଯୋଗ ଓ ସମସ୍ୟା ଗୁଡ଼ିକର ଶୁଣାଣି କରିଥିଲେ । ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ମଧୁବାବୁ ପେନ୍‌ସନ୍‌ ଯୋଜନା ଜରିଆରେ ୧୧ ଜଣ ହିତାଧିକାରୀଙ୍କୁ ବିଧବା ଭତ୍ତା ମଂଜୁରି ପତ୍ର ପ୍ରଦାନ କରାଯାଇଥିଲା । ସେହିପରି ୪ ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନା ଜରିଆରେ ଜନ ଶୁଣାଣି ଶିବିରରେ ବିଧବା ଭତ୍ତା ମଂଜୁର କରାଯାଇ ମଂଜୁରି ପତ୍ର ପ୍ରଦାନ କରାଯାଇଥିଲା । ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଚିକିତ୍ସା ସହାୟତା ବାବଦରେ ଜଣଙ୍କୁ ରେଡ଼କ୍ରସ ପାଣ୍ଠିରୁ ଏକ ହଜାର ଟଙ୍କାର ସହାୟତା ରାଶି ଚେକ୍‌ ମାଧ୍ୟମରେ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.

19 + 18 =