pakka

ରାଉରକେଲା ମହାବିଦ୍ୟାଳୟ ରେଡକ୍ରସ ୟୁନିଟର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଉରକେଲା ଯୁବ ରେଡକ୍ରସ ୟୁନିଟ ଦ୍ୱାରା ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଯୁବ ରେଡକ୍ରସ ଯୁକ୍ତ ୨ ଶାଖାର ପରାମର୍ଶଦାତା ଅଧ୍ୟାପକ ରଶ୍ମିରଂଜନ ରାଉତ ଓ ଯୁକ୍ତ ୩ ଶାଖାର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ମନୋଜ କୁମାର ଦଳାଇ ଏବଂ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ବୈଜୟନ୍ତୀ ବାରିକ ବୃକ୍ଷ ରୋପଣର ଉପାଦେୟତା ସଂପର୍କରେ ଛାତ୍ର ସ୍ୱେଚ୍ଛାସେବୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହାପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଇଂରାଜୀ ଅଧ୍ୟାପକ ଅନୀଲ କୁମାର ରାମ, ଇତିହାସ ଅଧ୍ୟାପକ ତରଣୀ ନାୟକ, ଓଡିଆ ଅଧ୍ୟାପକ ବନବିହାରୀ କିଶାନ ଓ ଛାତ୍ର ସ୍ୱେଚ୍ଛାସେବୀ ଜିତେନ୍ଦ୍ର ମେହେର, କବିତା ଲାକ୍ରା, ସ୍ମିତାରାଣୀ ବାରିକ, ନନ୍ଦିନୀ କୁମାରୀ, କବିତାରାଣୀ କିଶାନ, ଶୁଭଦ୍ରା ବଡାଇକ, ପ୍ରଭାତୀ ସାହୁ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

jay balangir
Leave A Reply

Your email address will not be published.

six + 12 =

error: Content is protected !!