pakka

ତୁମୁରିପାଣିରେ ନିଆରା ରଥଯାତ୍ରା ପାଳନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାଧାରଣତଃ ରଥଯାତ୍ରା କହିଲେ ଆମେ ଆଷାଢ଼ ଶୁକ୍ଳ ପକ୍ଷ ଦ୍ଵିତୀୟ ତିଥିରେ ଘୋଷଯାତ୍ରାରୁ ଆରମ୍ଭ ହୋଇ ଦଶମୀ ପର୍ଯ୍ୟନ୍ତ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଥାଏ । କିନ୍ତୁ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁମୁରିପାଣି ଗ୍ରାମରେ ରଥଯାତ୍ରା ପାଳନ ସବୁଠାରୁ ଅଲଗା ଅଟେ । ଏଠାରେ ଏକାଦଶୀ ଦିନ ରଥଯାତ୍ରା ଆରମ୍ଭ ହୋଇ ଦ୍ୱାଦଶୀ ତିଥିରେ ସମାପ୍ତ ହୋଇଥାଏ । ଉକ୍ତ ଦୁଇଦିନ ଗାଁ ଉତ୍ସବ ମୁଖର ହୋଇପଡ଼େ, ପ୍ରଭୁ ଜଗନ୍ନାଥଙ୍କୁ ଭକ୍ତଗଣ ରଥରେ ଟାଣି ମାଉସୀ ମନ୍ଦିର ନେଉଥିବା ବେଳେ ଗାଁରେ ଲୋକଙ୍କ ଉତ୍ସାହ କହିଲେ ନ ସରେ । ଏ ବର୍ଷ ମଧ୍ୟ ତୁମୁରିପାଣିରେ ରଥଯାତ୍ରା ସମ୍ପନ୍ନ ହୋଇଯାଇଛି । ଦୁଇ ଦିନ ପ୍ରବଳ ବର୍ଷା ସତ୍ୱେ ଭଗବାନଙ୍କ ଭକ୍ତିରେ କୌଣସି ଉଣା କରି ନାହାନ୍ତି ତୁମୁରିପାଣି ଗ୍ରାମବାସୀ । ବର୍ଷାରେ ଭିଜି ଭିଜି ରଥଟଣା ସାଙ୍ଗକୁ ମୃଦଙ୍ଗର ତାଳେ ତାଳେ ଭକ୍ତଗଣ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସମ୍ପନ୍ନ କରିଛନ୍ତି । ଗ୍ରାମର ପଂଚାୟତ ସମିତି ସଭ୍ୟ ହେମାନନ୍ଦ ପଟେଲ ତୁମୁରିପାଣି ରଥଯାତ୍ରା ବିଷୟରେ ତାଙ୍କର ମନ୍ତବ୍ୟ ପ୍ରଦାନ କରିଛନ୍ତି ।

jay balangir
Leave A Reply

Your email address will not be published.

3 + 13 =

error: Content is protected !!