om academy

ବିପୁଳ ପରିମାଣର ଗଞ୍ଜେଇ ଜବତ

jsm

ଲମତାପୁଟ : ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ଲମତାପୁଟ ଜଲାହଞ୍ଜର ଗ୍ରାମକୁ ଗଞ୍ଜେଇ ଚାଲଣ ବେଳେ ମାଡ଼ିବସିଲା ପୋଲିସ । ପୋଲସ ପେଟ୍ରୋଲିଂ କରୁଥିବା ବେଳେ ଦେଉଳପଡ଼ା ଛକରେ ଗଞ୍ଜେଇ କାଉଡ଼ି ନେଇ ରାସ୍ତା ପାର ହେଉଥିବା ବେଳେ ପୋଲିସ ଗାଡ଼ି ଦେଖି ମାଫିଆମାନେ ଗଞ୍ଜେଇ ଛାଡ଼ି ଦୌଡ଼ି ଚାଲିଯାଇଥିଲେ । ଘଟଣାସ୍ଥଳରୁ ୧୦ ବସ୍ତା ଗଞ୍ଜେଇ ଜବତ ହୋଇଛି । ୧୦ଟି ବସ୍ତାରେ ପ୍ରାୟ ୨ କ୍ୱିଣ୍ଟାଲ ୭୦କେଜି ଗଞ୍ଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୨୭ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ସ୍ଥାନୀୟ ଅଞ୍ଚଳରୁ ଗଞ୍ଜେଇ ଆଣି ବାହାର ରାଜ୍ୟରୁ ଆସିଥିବା ଗଞ୍ଜେଇ ମାଫିଆଙ୍କ ଗାଡି ନିକଟରେ ଏହି କାଉଡ଼ିଆମାନେ ପହଞ୍ଚାଉଥିବା ପୋଲିସ ଜାଣିବାକୁ ପାଇଛି । ଏହି କାମରେ ସ୍ଥାନୀୟ ଯୁବକଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିବା ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.