pakka

ରେଲୱେ ପୁଲିସ ଦ୍ୱାରା ଗଞ୍ଜେଇ ଜବତ ସହ ଜଣେ ଗିରଫ

bbehera

ଜଟଣୀ : ଖୋର୍ଦ୍ଧାରୋଡ୍‌ ରେଳ ଷ୍ଟେସନରୁ ରେଲୱେ ପୁଲିସ(ଜିଆର୍‌ପି) ଦ୍ୱାରା ୨୦ କିଲୋ ୯୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ଖବର ମିଳିଛି । ଗଞ୍ଜେଇ ଚାଲାଣ କରୁଥିବା ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ମନୋଜ କୁମାର ବେହେରାଙ୍କୁ ଜିଆର୍‌ପି ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ ୯ ହଜାର ଟଙ୍କା ହେବ ବୋଲି ଜିଆର୍‌ପି ଅଧିକାରୀ ଧରଣୀଧର ପ୍ରଧାନ ସୂଚନା ଦେଇଛନ୍ତି । ସଡ଼କ ପଥରେ ଏହି ଗଞ୍ଜେଇ ଆଣି ଅହମ୍ମଦାବାଦ ଚାଲାଣ ପାଇଁ ଖୋର୍ଦ୍ଧାରୋଡ ଷ୍ଟେସନରେ ପୁରୀ- ଅହମ୍ମଦାବାଦ ଏକ୍ସପ୍ରେସକୁ ଅଭିଯୁକ୍ତ ଅପେକ୍ଷା କରିଥିବା ବେଳେ ବିଶେଷସୂତ୍ରରୁ ଖବର ପାଇ ପୁଲିସ ଚଢ଼ଉ କରିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

two × four =