csstore

‘ମାଁ ପାଇଁ ଗଛଟିଏ’ ଆହ୍ୱାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସବୁଜ ବନାନୀ, କୃତ୍ରିମ ଜଙ୍ଗଲ ସୃଷ୍ଟି କରି ମୁକ୍ତ,ସୁସ୍ଥ ପରିବେଶ ଗଠନ କରିବାପାଇଁ ଛତ୍ରପୁର ଜେଲ୍ ରୋଡ଼ ଅଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟ କରାଯାଇ ଏକ ନିଆରା ସଚେତନତା ସୃଷ୍ଟି କରାଯାଇଛି । ଲୋକଟିଏ ଗଛଟିଏ, ‘ମାଁ ପାଇଁ ଗଛଟିଏ’ ଆହ୍ୱାନ ଦିଆଯାଇଛି । ପ୍ରତ୍ୟେକ ବ୍ୟକ୍ତି ନିଜ ମା’ଙ୍କୁ ଅଧିକ ଭଲ ପାଆନ୍ତି ଏବଂ ପୃଥିବୀକୁ ମା’ଙ୍କ ସହ ତୁଳନା କରାଯାଇଛି । ଏଣୁ ପୃଥିବୀ ମା’ ନିମନ୍ତେ ଫମାଁ ପାଇଁ ଗଛଟିଏ’ ଆହ୍ୱାନ ଦେଇ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଗୁରୁବାର ଦିନ ଛତ୍ରପୁରର ଅଗ୍ରଣୀ କ୍ରୀଡା ସଂଗଠନ ରାଇଜିଂ ଷ୍ଟାର ଭଲିବଲ ଆସୋସିଏସନସ ପକ୍ଷରୁ ଆୟୋଜିତ ହୋଇଯାଇଛି । ଛତ୍ରପୁର ଜେଲ ନିକଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ସକ୍ରିୟ କାର୍ଯ୍ୟ କରି ଏକ ନିଆରା ପ୍ରତିପାଦନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ଓ. କେ. ସି.ଏଲ.ର ଗଞ୍ଜାମ ଜିଲ୍ଲା ମୁଖ୍ୟ ଏସ. ରେଖା ମହାନ୍ତି, ଛତ୍ରପୁର ଜେଲ ଅଧିକ୍ଷିକା ଶ୍ରୀମତି ଅବନ୍ତି ସିଂ, ଛତ୍ରପୁର ଓକିଲ ସଂଘ ସଭାପତି ପ୍ରଦୀପ କୁମାର ପାଢୀ, ଯୁବନେତା ଏନ୍‌. ଦୁର୍ଯ୍ୟୋଧନ ରେଡ୍ଡୀ, କେ. ଚନ୍ଦ୍ରଶେଖର ରେଡ୍ଡୀ, ଶଙ୍କର ରେଡ୍ଡୀ, ରାଜେଶ ସାହୁ ଓ ସମାଜସେବୀ ସୟେଦ୍ ମୁକ୍ତାର ପ୍ରମୁଖ ବ୍ୟକ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିବା ସହ ଆୟୋଜକଙ୍କୁ ସେମାନଙ୍କ ପ୍ରଚେଷ୍ଟା ପାଇଁ ସାଧୁବାଦ ଜଣାଇଥିଲେ । ବିପ୍ର ଚରଣ ସାହୁ, ପ୍ରକାଶ ଚନ୍ଦ୍ର ସେଠୀ, ପପୁନ ପ୍ରଧାନ, ରଘୁନାଥ ସାହୁ, ଗୋବିନ୍ଦ ନାୟକ, ସରୋଜ ବେହେରା, ରଞ୍ଜିତ ବେହେରାଙ୍କ ସମେତ ସମସ୍ତ ସଭ୍ୟ ଏହି କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରିଥିଲେ ।

jayashree
Leave A Reply

Your email address will not be published.