pakka

ଆନନ୍ଦ ଆଚାର୍ଯ୍ୟ ପ୍ରିମୀୟର ଲିଗ୍ ଫୁଟବଲ୍ ପ୍ରତିଯୋଗିତା : ଦ୍ଵିତୀୟ ଦିବସରେ ବୋଡ଼ାସମ୍ବର୍ ଏଫ୍ ସି ବିଜୟୀ

bbehera

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଗତକାଲି ଆରମ୍ଭ ହୋଇଥିବା ଆନନ୍ଦ ଆଚାର୍ଯ୍ୟ ପ୍ରିମୀୟର ଲିଗ୍ ଫୁଟବଲ୍ ପ୍ରତିଯୋଗିତାର ଆଜି ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ବୋରାସମ୍ୱର ଏଫ୍ ସି ଓ ବରଗଡ ରେଲୱେ ଏଫ୍ ସି ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ପଦ୍ମପୁର ଦଳ ୩-୦ ଗୋଲରେ ବିଜୟୀ ହୋଇଥିଲା । ଦଳ ପକ୍ଷରୁ ସଞ୍ଜୀବ ଖରା ସୁନ୍ଦର ଖେଳ ପ୍ରଦର୍ଶନ କରି ଖେଳର ଶ୍ରେଷ୍ଠ ଖେଳାଳୀ ମନୋନୀତ ହୋଇଥିଲେ । ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଡ. ସସ୍ମିତା ଦାଶ, ପଦ୍ମପୁର ଦଳର ମୁଖ୍ୟ କୁନାଲ ସିଂ ବରିହା ଅତିଥି ଭାବରେ ଯୋଗଦେଇ ପଦ୍ମପୁର ଦଳର ସଞ୍ଜୀବଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ସଂସଦ ଆଜୀବନ ସଦସ୍ୟ ପ୍ରଦୀପ ନନ୍ଦ ଓ କୋଷାଧ୍ୟକ୍ଷ ଡ. ଶୁଭ୍ରାଂଶୁ ଶେଖର ମହାପାତ୍ର ସହଯୋଗ କରିଥିଲେ । ଏହି ମ୍ୟାଚ୍‌କୁ ଆଶୀର୍ବାଦ କାନୁନଗୋ ପରିଚାଳନା କରିଥିବା ବେଳେ ତାଙ୍କୁ ଲାଇନ୍‌ରେ ବିପୁଳ ବିଦ୍ୟାଧର ଓ ପ୍ରଶାନ୍ତ ବେହେରା ସହଯୋଗ କରିଥିଲେ । ସଂଜୟ ଦାଶ ଚତୁର୍ଥ ରେଫରୀ ଥିଲେ ।

jay balangir
Leave A Reply

Your email address will not be published.

eleven + six =