pakka

ଜାତୀୟ ରାଜପଥ କଡ଼ରୁ ତାଳଗଛ ହଟାଇବାକୁ ବନ ବିଭାଗକୁ ଅନୁରୋଧ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼-ବୋରିଗୁମ୍ମା ଜାତୀୟ ରାଜପଥର ଦେଓଗାଁ ଡାକ ବଙ୍ଗଳା ଛକରେ ଦୁଇଟ ବଡ଼ ତାଳଗଛ ରହିଛି । ଏହା ଦ୍ଵାରା ପ୍ରତି ମୁହୂର୍ତ୍ତରେ ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀ, ବିଭିନ୍ନ ଗାଁରୁ ଆସି ବସ୍ ଅପେକ୍ଷାରେ ଥିବା ଲୋକମାନେ ବିପଦର ସମ୍ମୁଖୀନ ହେଉଛନ୍ତି । କେତେ ବେଳେ ଯେ ଗଛ ଭାଙ୍ଗିଗଲେ କିମ୍ବା ତାଳ ପଡ଼ିଲେ କି ପ୍ରକାର ଅଘଟଣ ଘଟିବ କେହି କହି ପାରିବେ ନାହିଁ । ଜାତୀୟ ରାଜପଥରୁ ଏହି ୨ଟି ବିରାଟକାୟ ତାଳ ଗଛକୁ ହଟାଇବା ପାଇଁ କୁତୁର୍ଲା ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ତେଜ ହରପାଲ ସୋମବାର ଜିଲ୍ଲା ଜଙ୍ଗଲ ଅଧିକାରୀଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି । କୌଣସି ଅଘଟଣ ଘଟିବା ପୂର୍ବରୁ ଗଛକୁ ହଟାଇ ଦେବାକୁ ଅନୁରୋଧ କରିଛନ୍ତି ।

jay balangir
Leave A Reply

Your email address will not be published.

12 + 7 =