pakka

କନିଷ୍ଠ ଯନ୍ତ୍ରୀ ସୁରେଶ ସାହୁଙ୍କ ହତ୍ୟା ଘଟଣା : ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କର ନଚେତ ପାଞ୍ଚ ଦିନ ପରେ ଥାନା ଘେରାଓ ବେହବ ବୋଲି କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଚେତାବନୀ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁରେଶ ସାହୁଙ୍କ ହତ୍ୟା ଘଟଣାକୁ ୧୨ଦିନ ପରେ ମଧ୍ୟ ଆଇନର ହାତ ଖାଲି, ଦୁର୍ନୀତିକୁ ପ୍ରଶୟ ଦେଉନଥିବା ଜଣେ ସ୍ଵଛ ଅଧିକାରୀଙ୍କୁ ମାରିଦେବା ଓ ତଦନ୍ତ ନାଁରେ ପୋଲିସ ଚୁପ୍‌ ବସିବା ନିଶ୍ଚିତ ଭାବରେ ସନ୍ଦେହ ସୃଷ୍ଟି କରୁଛି ବୋଲି କହିବା ସହିତ ବ୍ଲକର ଜଣେ ତଳ ସ୍ତରର ଅଧିକାରୀଙ୍କ ହତ୍ୟା ହେବା ଓ ସେ ଭିତରେ ବିଡ଼ିଓ ସାନ୍ତ୍ୱନା ଦେବା ବଦଳରେ ଛୁଟିରେ ଯିବା ତତ୍‌ସହ ଉପଖଣ୍ଡ ପୋଲିସ ଅଧିକାରୀ ମଧ୍ୟ ଛୁଟିରେ ଯିବା ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି କୋଶଳ ମୁକ୍‌କ୍ତି ମୋଚ୍‌ର୍ଚ୍ଚା ପକ୍ଷରୁ କହିଥିଲେ । ଆହୁରୀ ମଧ୍ୟ କୁହାଯାଇଥିଲା ଯେ, ଏଥିରେ ନିଶ୍ଚିତ ଭାବେ ରାଜନୈତିକ ଚାପ ପ୍ରୟୋଗ କରାଯାଉଛି । ଜେ.ଇ ସଂଘ ଆନ୍ଦୋଳନ ପାଇଁ ସଜବାଜ ହୋଇଥିଲେ, ଟେଣ୍ଟ ମଧ୍ୟ ଲଗାଯାଇଥିଲା ତା’ ପର ଦିନ ଟେଣ୍ଟ ପୁଣି ଗାୟବ ହୋଇଯିବା ଆଶ୍ଚର୍ୟ୍ୟ ର କଥା । ପାଟଣାଗଡ଼ ଉପଖଣ୍ଡରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ବିପର୍ୟ୍ୟସ୍ତ, ପୋଲିସ ପ୍ରଶାସନ ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରିବାରେ ଫେଲ, ଅପରାଧୀଙ୍କୁ ଅପରାଧ କରିବାରେ ପରୋକ୍ଷରେ ସମର୍ଥନ ମିଳୁଛି କହିଲେ ଅତ୍ୟୁକ୍ତି ହେବନାହିଁ । ବିଗତ ଦିନରେ ମଧ୍ୟ ବେଳପଡା ବ୍ଲକ ବାଗଦୋର ପଞ୍ଚାୟତର ବନମାଲ ଗାଁର ଲୁକୁ ସାହୁଙ୍କ ମୁଖ୍ୟ ହତ୍ୟାକାରୀ ଆଜିଯାଏଁ ଧରାପଡିନାହିଁ ସେହିଭଳି ସାରା ରାଜ୍ୟରେ ଦେହ ଶୀତେଇ ଦେଇଥିବା ବ୍ରମହପୁରାର ଗୋଟିଏ ପରିବାରର ଛଅ ଜଣ ହତ୍ୟାକାଣ୍ଡର ହତ୍ୟାକାରୀ ଆଜିଯାଏଁ ଧରା ପଡ଼ିନାହିଁ ପୁଣି ପାଟଣାଗଡ଼ ବ୍ଲକ ଜେ.ଇ ହତ୍ୟାକାଣ୍ଡର ହତ୍ୟାକାରୀ ଆଜି ଯାଏଁ ଧରା ନପଡିବା ନିନ୍ଦନୀୟ ଓ ଦୁଖଦାୟକ । ପୋଲିସ ପ୍ରଶାସନ ଉପରେ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ତୁଟିବାରେ ଲାଗିଛି ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି । ଆଜି କୋଶଲ ମୁକ୍ତି ମୋର୍ଚ୍ଚା ତରଫରୁ ପଟଣାଗଡ଼ ବିଡ଼ିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଓଡିଶା, ୫ଟି ସଚିବ ଓଡିଶା, ଜିଲ୍ଲାପାଳ ବଲାଙ୍ଗିରଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଗଲା ଓ ଥାନାଧିକାରୀଙ୍କ ଜରିଆରେ ପୋଲିସ ମହା ନିର୍ଦ୍ଦେଶକ ଓଡିଶା, ଜିଲ୍ଲା ଆରକ୍ଷୀ ଅଧିକାରୀ ବଲାଙ୍ଗିରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଗଲା । ଆଗାମୀ ପାଞ୍ଚ ଦିନ ମଧ୍ୟରେ ଜେ.ଇ ହତ୍ୟାକାରୀକୁ ଗିରଫ ନକଲେ ଆସନ୍ତା ୫ଦିନ ପରେ ଉପଖଣ୍ଡ ପୋଲିସ ଅଧିକାରୀ ପାଟଣାଗଡ଼ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋଶଲ ମୁକ୍ତି ମୋର୍ଚ୍ଚା ତରଫରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ଆଜିର ଦାବୀପତ୍ର ପ୍ରଦାନ ସମୟରେ ଲକ୍ଷ୍ମୀ ଶବର, ଗିରିରାଜ ଭୋଇ, ସୁଶୀଲ କୁମାର ଗୁରୁ, ଡିଙ୍ଗର କୁମ୍ଭାର, ଜନାର୍ଦନ ସିଂ, ସିପୁନ ଖମାରୀ, ସୁବାସ ଆଚାର୍ଯ୍ୟ, ସାନ୍ତାନୁ ବୁଦ୍ଧିଆ, ସ୍ୱରାଜ ଚନ୍ଦନ, ରଞ୍ଜିତ ସାହୁ, ଦେବାନନ୍ଦ ବୁଡେକ, ଭୋଜରାଜ ବୁଡେକ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

thirteen − ten =