mahavir

ଦ୍ୱିତୀୟ ଥର ପାଇଁ ସିଏମ୍‌ ଟ୍ରଫି ଜିତିଲେ ସିହିନି ଅଣ୍ଡର ୧୪ ଫୁଟବଲ ଟିମ୍

  • ରେଳଷ୍ଟେସନରେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଲେ ସରପଞ୍ଚ ବୀରବର ସାହୁ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଠାରେ ଆୟୋଜିତ ସିଏମ୍‌ ଟ୍ରଫି ଜିତିଲେ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସିହିନି ଉନ୍ନିତ ଉଚ୍ଚ ବିଦ୍ୟାଳୟର ଅଣ୍ଡର ୧୪ ଫୁଟବଲ୍ ଟିମ । ତେବେ ବିଜୟୀ ହେଲା ପରେ ଟିଟିଲାଗଡ ରେଳଷ୍ଟେସନରେ ସମସ୍ତ ଫୁଟବଲ୍ ଖେଳାଳୀ, କୋଚ ରାଜେଶ ସ୍ୱାଇଁ ଓ ଅନ୍ୟମାନେ ପହଞ୍ଚିବା ପରେ ସେଠାରେ ସିହିନୀ ସରପଞ୍ଚ ବୀରବର ସାହୁ ସେମାନଙ୍କୁ ଫୁଲମାଳ ପିନ୍ଧାଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅଣ୍ଡର ୧୪ ବର୍ଷୀୟ ବାଳକ ଫୁଟବଲ୍ ଖେଳାଳୀମାନେ ବହୁତ ସୁନ୍ଦର ଖେଳ ଖେଳିବା ସହ ଫାଇନାଲ ମ୍ୟାଚରେ ବଲାଙ୍ଗିର ଟିମକୁ ୬/୦ ଗୋଲ ଦେଇ ବିଜୟୀ ହୋଇଛନ୍ତି । ଯାହାକି ଆମ ପଞ୍ଚାୟତ ସହ ଟିଟିଲାଗଡ ବ୍ଲକ ପାଇଁ ଗର୍ବର ବିଷୟ ବୋଲି ସରପଞ୍ଚ ବୀରବର ସାହୁ କହିଛନ୍ତି ।

Leave A Reply

Your email address will not be published.