
- ୩୪ ନବ ଦମ୍ପତ୍ତିଙ୍କ ସାମୁହିକ ବିବାହ ସମ୍ପନ୍ନ
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା” ଅଧୀନରେ ଏକ ସାମୁହିକ ବିବାହ କାର୍ଯ୍ୟକ୍ରମ ଭବାନୀପାଟନା ସ୍ଥିତ ଏସ୍.ଏନ୍. ମ୍ୟାରେଜ ପ୍ୟାଲେସ୍ରେ ଜିଲ୍ଲା ପ୍ରଶାସନ ଓ ଏବଂ କର୍ତ୍ତବ୍ୟ ଅନୁଷ୍ଠାନର ସହଯୋଗରେ ସଫଳତାର ସହ ଆୟୋଜିତ ହୋଇଥିଲା । ଏହି ଅବସରରେ ଜିଲ୍ଲାର ୩୪ ଜଣ ଯୋଗ୍ୟ ଯୁଗଳଙ୍କ ବିବାହ ସମ୍ପନ୍ନ କରାଯାଇଥିଲା । ନବ ବିବାହିତ ଦମ୍ପତ୍ତି ମାନଙ୍କୁ ସରକାରୀ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା । ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲାପାଳ ପାୱର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଉପ ଜିଲ୍ଲାପାଳ ପ୍ରଭାତ କୁମାର ପରିଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଡୋଳାମଣି ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ସିଡିଏମ୍ ଓ ପିଏଚଓ ଡା. ନିହାରେନ୍ଦ୍ର ପଣ୍ଡା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜିବୁନ ନିଶା, ଭାଜପା ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼, ବିଡିଓ ଚନ୍ଦନ କୁମାର ଭୋଇ, କର୍ତ୍ତବ୍ୟ ଅନୁଷ୍ଠାନର ମୁଖ୍ୟ ଅଶୋକ କୁମାର ପଟ୍ଟନାୟକ ଏବଂ ନବ ବିବାହିତ ଦମ୍ପତ୍ତିଙ୍କ ସମ୍ପର୍କୀୟ ମାନେ ଉପସ୍ଥିତ ରହି ୩୪ ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ।