
ବରଗଡ, (ନିରୋଜ କୁମାର ପାଣୀ) : ଏହି ପରୀକ୍ଷାରେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅଧିନସ୍ଥ, କମଗାଁରେ ଥିବା ଶକୁନ୍ତଳା ବିଦ୍ୟାଧର ମହିଳା ସ୍ନାତକ ମହାବିଦ୍ୟାଳୟର ଛାତ୍ରୀମାନେ ଉନ୍ନତ ମାନରେ ସଫଳତା ହାସଲ କରିଛନ୍ତି । ବିଭିନ୍ନ ସମ୍ମାନ ବିଷୟରେ ମହା ବିଦ୍ୟାଳୟର ୧୭୫ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ ଓ ତନ୍ମଧ୍ୟରୁ ୧୬୩ ଜଣ କୃତକାର୍ଯ୍ୟ ହୋଇଛନ୍ତି ଏବଂ ୧୧୬ ଜଣ ପ୍ରଥମ ଶ୍ରେଣୀ ସମ୍ମାନ ସହିତ ଡ଼ିସଟିଙ୍କସନ ପାଇଛନ୍ତି । ଏମାନଙ୍କ ମଧ୍ୟରୁ ୧୫ ଜଣ ଛାତ୍ରୀ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛନ୍ତି, ଶିକ୍ଷା ସମ୍ମାନରେ କୁମାରୀ ଶିବାନୀ ସାହୁ ତୃତୀୟ, ଇଂରାଜୀ ବିଭାଗରେ କୁମାରୀ ସୋନମ ବାରିକ ଦ୍ଵିତୀୟ, ସିମରାନ ବେହେରା ସପ୍ତମ, ହିନ୍ଦୀ ବିଭାଗରେ କୁମାରୀ ସ୍ମୃତି ବାରିକ ପ୍ରଥମ, ଆଶା ପଧାନ ଦ୍ଵିତୀୟ, ଭୂମିକା ଭୋଇ ଅଷ୍ଟମ, ରୋଜିସ୍ମିତା ସାହୁ ନବମ, ଓଡ଼ିଆ ବିଭାଗରେ ଶୁଭଶ୍ରୀ କାଣ୍ଡ ନବମ, କ୍ରିଷ୍ଣା ଭୋଇ ଦଶମ, ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନରେ କୁମାରୀ ଡଲିନା ସାହୁ ପ୍ରଥମ, ମାଧୁରୀ ସାହୁ ଦ୍ଵିତୀୟ, ତୁଷାରିକା ଶତପଥି ତୃତୀୟ, ନିହା ପଧାନ ଚତୁର୍ଥ, ଗୃହ ବିଜ୍ଞାନରେ କୁମାରୀ ଝାନ୍ସୀ ସାହୁ ଚତୁର୍ଥ ଓ କୁମାରୀ ମିନି ମେହେର ପଞ୍ଚମ, ପ୍ରତି ବର୍ଷ ଶକୁନ୍ତଳା ବିଦ୍ୟାଧର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ପଢ଼ୁଥିବା ଛାତ୍ରୀ ମାନେ, ଯେଉଁମାନେ ବିଶ୍ୱ ବିଦ୍ୟାଳୟ ସ୍ନାତକ ପରୀକ୍ଷାରେ ଶ୍ରେଷ୍ଠ ଦଶ ମଧ୍ୟରେ ସ୍ଥାନ ପାଇଥାନ୍ତି, ସେମାନଙ୍କୁ ମହାବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଥାଏ । ଏହି ସମସ୍ତ ଛାତ୍ରୀ ମହାବିଦ୍ୟାଳୟର ନାମକୁ ଗୌରବାନ୍ମିତ କରିଥିବାରୁ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଲମ୍ବୋଦର ସାହୁ, ଶକୁନ୍ତଳା ବିଦ୍ୟାଧର ଟ୍ରଷ୍ଟ, ସମ୍ବଲପୁରର ଟ୍ରଷ୍ଟି ତଥା ମହାବିଦ୍ୟାଳୟର ଉପଦେଷ୍ଟା ଡ଼ କାମଦେବ ସାହୁ, ରଂଜିତ ସାହୁ ଓ ସୁବନ୍ଦିତା ମିଶ୍ର, ଟ୍ରଷ୍ଟି ତଥା କମଗାଁ +୨ ମହାବିଦ୍ୟାଳୟର ପ୍ରାଧ୍ୟାପକ ରବିନାରାୟଣ ସାହୁ, ଅଧ୍ୟକ୍ଷ ପ୍ରେମାନନ୍ଦ ପଟେଲ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ରତିକାନ୍ତ ସାହୁ ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସମସ୍ତ ଛାତ୍ରୀ ତଥା ଅଭିଭାବକ ମାନଙ୍କୁ ଶୁଭେଚ୍ଛା ସହିତ ଧନ୍ୟବାଦ ପ୍ରଦାନ କରିଛନ୍ତି ।

