csstore

କ୍ଷେତରେ ଧାନ ନଷ୍ଟ ହେଲେ ଚାଷୀଙ୍କୁ ଦିଆଯିବ କ୍ଷତିପୂରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କ୍ଷେତରେ ବର୍ଷା ଲାଗି ଧାନ ନଷ୍ଟ ହେଲେ ଚାଷୀଙ୍କୁ ଦିଆଯିବ କ୍ଷତି ପୂରଣ । ସୂଚନା ଦେଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । କ୍ଷେତରେ ଧାନ ନଷ୍ଟ ହୋଇଥିବା ଚାଷୀଙ୍କୁ ଦିଆଯିବ କ୍ଷତି ପୂରଣ, ଅଦିନିଆ ବର୍ଷାରେ ଚାଷୀଙ୍କ ବିଲରେ ଭିଜି ଯାଇଥିବା ଧାନକୁ ଦେଖି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇ କହିଛନ୍ତି ଯେ’ ଚାଷୀଙ୍କ ଧାନ ନଷ୍ଟ ହେଲେ ଦିଆଯିବ କ୍ଷତିପୂରଣ । ମଣ୍ଡିରେ ଧାନ ଓଦା ହେବା ସମ୍ଭାବନା କମ୍ କିନ୍ତୁ ବିଲରେ ବର୍ଷା ଯୋଗୁଁ ଗଜା ହୋଇ ଯାଇପାରେ । ବର୍ଷା କମିଲେ ଧାନ ଶୁଖୁଲା ପରେ ମଣ୍ଡିରେ କିଣାଯିବ ବୋଲି ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି । ଏହି କଥା ପଦକ ଶୁଣି ଭାଙ୍ଗି ଯାଇଥିବା ଚାଷୀର ହୃଦୟରେ ଟିକେ ଆଶାର ସଂଚାର ହୋଇଛି ଏବଂ ଚାଷୀମାନେ ସମବାୟ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ ଓ ତହସିଲଦାର ଓ ଆର.ଆଇ ଙ୍କ ରିପୋର୍ଟ ଦେଲା ପରେ ଚାଷୀଙ୍କ କ୍ଷୟକ୍ଷତିକୁ ଆକଳନ କରି ସରକାର କ୍ଷତି ପୂରଣ ଘୋଷଣା କରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

jayashree
Leave A Reply

Your email address will not be published.