oom

ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ ବଲାଙ୍ଗିର ଶାଖାର ଦ୍ୱିବାର୍ଷିକ ସାଧାରଣ ସଭା

jsmm

ବଲାଙ୍ଗିର,(ଦେବାଶିଷ ମିଶ୍ର) : ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ ବଲାଙ୍ଗିର ଶାଖାର ଦ୍ୱିବାର୍ଷିକ ସାଧାରଣ ସଭା ୟୁନିୟନର ସଭା କମ୍ରେଡ ମଧୁ ସାହୁଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ୟୁନିୟନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଛି । ଉକ୍ତ ସାଧାରଣ ସଭାରେ ଜୋନାଲ ସାଧାରଣ ମହାସଚିବ ତଥା ସର୍ବ ଭାରତୀୟ ରେଲୱେ ଟ୍ରେଡ ୟୁନିୟନ ଯୁଗ୍ମ ସଂପାଦକ କମ୍ରେଡ ପି.କେ.ପାଟଶାଣି ମୁଖ୍ୟ ଅତିଥି, ସମ୍ବଲପୁର ମଣ୍ଡଳ ଉପସଂଯୋଜକ ବି.ବି.ପଢିହାରୀ, କେନ୍ଦ୍ରୀୟ ପଦାଧିକାରୀ ସନ୍ତୋଷ କୁମାର ମିଶ୍ର, କମ୍ରେଡ ଏଲ.ବି.କେ ରାୟ, କମ୍ରେଡ ପି.କେ. ବନଛୋର ବରେଣ୍ୟ ଅତିଥି ଭାବେ ମଂଚାସିନ ହୋଇ ରେଲୱେ ଟ୍ରେଡ ୟୁନିୟନର ଭୁମିକା, ଏନ୍‌ପିଏସ୍‌/ଓପିଏସ୍‌, ସରକାରଙ୍କ କର୍ମଚାରୀ ମାରଣ ନୀତି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭା ପ୍ରାରମ୍ଭରେ ବଲାଙ୍ଗିର ଷ୍ଟେସନ ମୁଖ୍ୟ ଫାଟକଠାରୁ ଅତିଥିମାନଙ୍କୁ ସ୍ୱାଗତ ସହ ଏକ ବିଶାଳ ଶୋଭାଯାତ୍ରାରେ ସଭାସ୍ଥଳକୁ ନିଆଯାଇଥିଲା । ତା’ ପରେ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାନୀୟ ସହିଦ ସ୍ତମ୍ଭ ଓ ମା’ ସମଲେଶ୍ୱରୀଙ୍କ ପୂଜା ଓ ଦିପ ପ୍ରଜ୍ଜଳନ କରାଯାଇଥିଲା । ସଭାରେ କମ୍ରେଡ ମହେଶ୍ୱର ନାୟକ ବାର୍ଷିକ ବିବରଣୀ ଉପସ୍ଥାପନ ଓ କୋଷାଧ୍ୟକ୍ଷ କମ୍ରେଡ ହରିବନ୍ଧୁ ହାତୀ ଆର୍ଥିକ ବିବରଣୀ ଉପସ୍ଥାପନ କରିଥିଲେ । ମହାସଚିବ କମ୍ରେଡ ପି.କେ. ପାଟଶାଣୀ ବର୍ତ୍ତମାନ ସମୟରେ କେନ୍ଦ୍ର ସରକାର ରେଲୱେ ଘରୋଇକରଣ, କର୍ମଚାରୀ ଛଟେଇ, ପୁରୁଣା ପେନସନର ହକ୍‌ ଆଦି ବିଷୟରେ, ୟୁନିୟନ୍‌ର ଅତିତ ଇତିହାସ ଓ ବଳିଦାନ ବିଷୟରେ ହୃଦୟସ୍ପର୍ଶି ଅଭିଭାଷଣ ପ୍ରଦାନ କରିଥିଲେ । ଏହା ପରେ ୨ ବର୍ଷ ପାଇଁ ୧୨ ଜଣିଆ କାର୍ଯ୍ୟକାରୀ କମିଟି ଗଠନ ସହ କମ୍ରେଡ ମଧୁ ସାହୁ ସଭାପତି, କମ୍ରେଡ ମହେଶ୍ୱର ନାୟକ ସଂପାଦକ ଓ କମ୍ରେଡ ହରିବନ୍ଧୁ ହାତୀ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।୧୧ ଜଣିଆ ଯୁବ କମିଟି ଓ ମହିଳା ଶାଖା ଗଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଲବ ସ୍ୱାଇଁ, ଉତ୍କଳ କୁମାର ସାହୁ, ସମିର ଭୋଇ, ହୁତାସନ ନାଗ, ସୁବାସ ସାହୁ, ରାଣାପ୍ରତାପ କୁମାର, ଅମର ସେନାପତି, ଜନ୍ମଜୟ ହରିହା, ପ୍ରେମ ଭୂଷଣ, ରାଜେନ୍ଦ୍ର ମହାନନ୍ଦ, ନିମାକ୍ଷୀ ସାଗର, ପଦ୍ମା ମୁଗ୍ରୀ, ପଙ୍କଜିନୀ ସୁନା, ମମତା ସୁନା, ଗୀତାଞ୍ଜଳୀ ଛତ୍ରିଆ, ଅଶୋକ କୁମାର ସାହୁ ଓ ଅନନ୍ତ ବେହେରା ସକ୍ରୀୟ ଭାବେ ସହଯୋଗ କରିଥିଲେ । ବହୁ ସଂଖ୍ୟାରେ ରେଲ କର୍ମଚାରୀ ସଭାରେ ଯୋଗ ଦେଇଥିଲେ । ଶେଷରେ ସଭାପତି ମଧୁ ସାହୁ ଧନ୍ୟବାଦ ସହ ସଭା ସାଙ୍ଗ ଘୋଷଣା କରିଥିଲେ ।

jittmm
Leave A Reply

Your email address will not be published.