ସ୍କୁଲରେ ଶ୍ରେଣୀ ଗୃହ ଓ ଶିକ୍ଷକ ଅଭାବ ନେଇ ବିଇଓଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କଣ୍ଟାବାଞ୍ଜି, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ସ୍କୁଲରେ ଶ୍ରେଣୀ ଗୃହ ଓ ଶିକ୍ଷକ ଅଭାବ ନେଇ ବଙ୍ଗୋମୁଣ୍ଡା ସ୍ଥିତ ବିଇଓଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ । କପିଲାଭଟା ସ୍କୁଲରେ ବର୍ତ୍ତମାନ ୨ଶହରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ସେମାନଙ୍କ ପାଇଁ ୩ ଗୋଟି ଶ୍ରେଣୀ ଗୃହ ରହିଛି । ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ବାରଣ୍ଡା ଓ ଗଛ ମୂଳେ ପାଠ ପଢୁଥିବା ଜଣାପଡିଛି । ପାଠ ପଢ଼ାଇବା ପାଇଁ ମାତ୍ର ୫ ଜଣ ଶିକ୍ଷକ ଥିବା ବେଳେ ପ୍ରଧାନ ଶିକ୍ଷକ ତାଙ୍କ ଅଫିସ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ଏନେଇ ବଙ୍ଗୋମୁଣ୍ଡା ବିଇଓଙ୍କ ଅନୁପସ୍ଥିତିରେ ଏବିଇଓଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ତୁରନ୍ତ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀ ଗୃହ ଓ ଶିକ୍ଷକ ନିଯୁକ୍ତି ନ ହେଲେ ବିଦ୍ୟାଳୟରେ ତାଲା ମାରି ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

six + 10 =