ସଡ଼କ ଦୁର୍ଘଟଣାରେ ୨ ଗୁରୁତର : ଡାକ୍ତରଖାନାରେ ଭର୍ତ୍ତି କଲେ ସମାଜସେବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଜାତୀୟ ରାଜପଥ ୨୬ ନମ୍ବର ଭଦ୍ରା ଛକରେ ଭାରସାମ୍ୟ ହରାଇ ମୋଟର ସାଇକେଲ୍‌ରେ ଥିବା ଦୁଇ ଜଣ ଯୁବକ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ପଟରୁ ଅନୁଗୁଳ ମିଶ୍ର ଓ ଦୀପକ ମିଶ୍ର ତାଙ୍କ ନିଜ ବାସଭବନ ଟିଟିଲାଗଡ଼କୁ ଯାଉଥିଲେ । ହେଲେ ହଠାତ ଭାରସାମ୍ୟ ହରାଇ ରାସ୍ତା କଡରେ ପଡି ଯାଇଥିବା ବେଳେ ଜଣଙ୍କର ଗୋଡ଼ ଭାଙ୍ଗି ଯାଇଥିଲା ଏବଂ ଆଉ ଜଣେ ଅଚେତ ହୋଇ ପଡ଼ିଥିଲେ । ତେବେ ଖବର ପାଇବା ପରେ ସ୍ଥାନୀୟ ସମାଜସେବୀ ଅନୀଲ ରଣା, ସୀମାଞ୍ଚଳ, ଗୋପୀ ଯାନୀ ମାନବିକତା ଦେଖାଇ ଉଦ୍ଧାର କରି ପ୍ରଥମେ ସଇଁନ୍ତଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ଭୀମ ଭୋଇ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ନିଆ ଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

4 × three =

error: Content is protected !!