ls

ଭାରସାମ୍ୟ ହରାଇ ଓଲଟି ପଡିଲା ଖାଇବା ତେଲ ବୋଝେଇ ଟ୍ରକ୍‌

2020

ବାଲିଗୁଡ଼ା, (ସୁରେ‌ନ୍ଦ୍ର ପାଣିଗ୍ରାହୀ) : ଆଜି ସକାଳେ ଏକ ଖାଇବା ତେଲ ବୋଝେଇ ଟ୍ରକ୍‌ ଓଲଟି ପଡିଲା ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ସକାଳେ ଗାଡ଼ିଟି କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିର ଅନ୍ଧାରକୋଟ ବୁଲାଣି ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା । ଫଳରେ ଘଟଣା‌ସ୍ଥଳରେ ଟ୍ରକ୍‌ ତଳେ ଚାପି ହୋଇ ହେଲପର୍‌ ଗୁରୁତର ଥିବା ବେଳେ ଡ୍ରାଇଭର ଘଟଣା‌ସ୍ଥଳରୁ ଫୋରାର୍‌ ମାରିଥିବା ଜଣାପଡିଛି । ଖବର ପାଇ ଟ୍ରକ୍‌ ତଳେ ଚାପି ହୋଇଯାଇଥିବା ହେଲପରକୁ ଉଦ୍ଧାର କରି ମେଡିକାଲ ପଠାଇଲା ପୁଲିସ ‌।

Leave A Reply

Your email address will not be published.