om academy

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଧୁମାଭଟା ନିକଟ ହଟକଟ ଗ୍ରାମ ନିକଟରେ ଏକ ସଡକ ଦୁର୍ଘଟଣାରେ ଟିକ୍ରାପଡା ପଞ୍ଚାୟତର ପିଇଓ ଜନାର୍ଦ୍ଦନ ଯୋଶୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଶ୍ରୀ ଯୋଶୀ କାମ ସାରି ବାଇକ୍‌ରେ ନିଜ ଘର କେନକେବାକୁ ଫେରୁଥିଲେ । ଧୁମାଭଟା ହଟକଟ ନିକଟରେ ଭାରସାମ୍ୟ ହରାଇ ସେ ବାଇକ୍‌ ସହ ପୋଲ ତଳକୁ ପଡି ଯାଇଥିଲେ । ଏଥିରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ସେଠାରେ ତାଙ୍କୁ ପ୍ରଥମେ ବେଲପଡା ଓ ପରେ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା । ପାଟଣାଗଡରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.