om academy

ରିଜର୍ଭ ପୋଲିସ ପରିସରରେ ଦୁର୍ଗା ମଣ୍ଡପ ଉଦ୍‌ଘାଟିତ

jsm
  • ପୋଲିସ ବ୍ୟାଡମିଣ୍ଟନ କୋର୍ଟରେ ସିନ୍ଥେଟିକ୍‌ ମେଟ୍‌ ବିଛାଯିବ : ନରସିଂହ
    ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ମଧ୍ୟାହ୍ନ ୧୨ ଟା ସମୟରେ ମନହୋରପୁର ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ନୂତନ ଭାବରେ ନିର୍ମିତ ହେଇଥିବା ଦୁର୍ଗା ମଣ୍ଡପର ଶୁଭ ଉଦ୍‌ଘାଟନ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଜିଲ୍ଲାପାଳ ଚଞ୍ଚଳ ରଣା ଓ ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକରଙ୍କ ଉପସ୍ଥିତିରେ ହୋଇଯାଇଛି । ନିଜ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ଅନୁଦାନରେ ନିର୍ମିତ ହୋଇଥିବା ଏହି ମଣ୍ଡପ ନିର୍ମାଣ ଶୈଳୀ ଏବଂ ପାଣ୍ଠିର ସଠିକ୍‌ ବିନିଯୋଗକୁ ନେଇ ବିଧାୟକ ଶ୍ରୀ ମିଶ୍ର ଭୁୟାସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଦୁର୍ଗା ମଣ୍ଡପ ପରିସରରେ ତିନୋଟି ବୃକ୍ଷର ଚାରାରୋପଣ ବିଧାୟକ ଶ୍ରୀ ମିଶ, ଜିଲ୍ଲାପାଳ ଚଞ୍ଚଳ ରଣା ଓ ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକରଙ୍କ ଦ୍ୱାରା କରାଯାଇଥିଲା । ତା ପୂର୍ବରୁ ବିଧାୟକ ଶ୍ରୀ ମିଶ୍ରଙ୍କୁ ଫୁଲତୋଡା ତଥା ଉପଢୌକନ ଦେଇ ଆରକ୍ଷୀ ଅଧିକ୍ଷକ ସମ୍ମାନିତ କରିଥିଲେ । ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ମନୋହରପୁର ରିଜର୍ଭ ପଡିଆ ପରିସରରେ ଥିବା ବିଭିନ୍ନ ସମସ୍ୟା ଯଥା ରାସ୍ତାଘାଟ, ଆଲୋକୀକରଣ ଏବଂ ତାର ସମାଧାନ ପାଇଁ ବିଧାୟକଙ୍କୁ ଜଣାଇଥିଲେ । ଜିଲ୍ଲାପାଳ ଶ୍ରୀ ରାଣା ମଧ୍ୟ ସେଠାରେ ଥିବା ଇନ୍‌ଡୋର ବ୍ୟାଡମିଣ୍ଟନ ହଲର କୋଠା ନିର୍ମିତ ଚଟାଣ ଉପରେ ଏକ ସିନ୍ଥେଟିକ ମେଟର ଆବଶ୍ୟକତା ଉପରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯାହାକି ବିଧାୟକ ଶ୍ରୀ ମିଶ୍ର ତାଙ୍କ ବିଧାୟକ ପାଣ୍ଠିରୁ ସିନ୍ଥେଟିକ୍‌ ବ୍ୟାଡମିଣ୍ଟ ମେଟ ପାଇଁ ୫ଲକ୍ଷ ଟଙ୍କାର ଅନୁଦାନ ରାଶି ଦିଆଯିବାର ପ୍ରତିଶୃତି ଦେଇଥିଲେ । ତା ସହ ପୋଲିସ କର୍ମଚାରୀମାନଙ୍କ ତରଫରୁ ଅନୁରୋଧ କରାଯାଇଥିବା ଆଲୋକୀକରଣ ପାଇଁ ଏକ ହାଇମଷ୍ଟ ଲାଇଟ ଅତିଶୀଘ୍ର ସ୍ଥାପନ କରାଯିବାର ପ୍ରତିଶୃତି ଦେଇଥିଲେ । ଆଜିର ଉଦ୍‌ଘାଟନ ଅବସରରେ ଉପସ୍ଥିତ ଥିବା ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋରଂଜନ ପ୍ରଧାନ, କମାଣ୍ଡେଣ୍ଟ କୁମୁଦ ସେଠ, ସଦର ଏସ୍‌ଡିପିଓ ତୁଫାନ ବାଗ, ସଦର ଥାନାଧିକାରୀ ଶ୍ରୀକାନ୍ତ ସାହୁ, ରିଜର୍ଭ ସରଜେଣ୍ଟ ଅମିତ କିର୍ତ୍ତନିଆ ସମେତ ଅନେକ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।
Leave A Reply

Your email address will not be published.