ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ଦୁଇ ବର୍ଷ ହେଲା ପଦ୍ମପୁର ସହରରେ ଚାଲି ଆସୁଛି ଯୁବକ ମାନଙ୍କର ସୁନ୍ଦର ଚେହେରାକୁ ନେଇ ମନୋରଞ୍ଜନ କାର୍ୟ୍ୟକ୍ରମ ଡ଼ିପି କଂଟେଷ୍ଟ । ଏହି କଂଟେଷ୍ଟରେ ନିଜର ମନ ପସନ୍ଦ ବ୍ୟକ୍ତିଙ୍କୁ ଭୋଟ୍ ଦିଆଯାଇଥାଏ । ଗତ ବର୍ଷ ୨୦୨୦ର ବିଜେତା ହୋଇଥିଲେ ସାନୁ ମେହେର ଓ ଉପବିଜେତା ହୋଇଥିଲେ ସୁରଜ ସୁନା । ଚଳିତ ବର୍ଷ ବହୁତ ଶୀଘ୍ର ଆରମ୍ଭ କରାଯିବ ତୃତୀୟ ବୋଡ଼ାସମ୍ବର ଡ଼ିପି କଂଟେଷ୍ଟ ବୋଲି ଡ଼ିପି କଂଟେଷ୍ଟ ଏଡ୍ମିନ ଡିଲେଶ୍ୱର ବାଗ ସୂଚନା ଦେଇଛନ୍ତି । ଏହି କଂଟେଷ୍ଟରେ ପଦ୍ମପୁର ଉପଖଣ୍ଡର ପାଇକମାଲ, ଝାରବନ୍ଦ, ଗାଇସିଲେଟ, ବିଜେପୁର, ସୋହେଲାରୁ ଭାଗ ନେଇ ପାରିବେ ।