csstore

ଦିବ୍ୟାଙ୍ଗ ଶିଶୁଙ୍କ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅବିଭାବକ ଦିଶା ନିର୍ଦ୍ଦେଶ କାର୍ଯ୍ୟକ୍ରମ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ସ୍ଥିତ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷକ ଓ ଅବିଭାବକଙ୍କ ଏକ ଦିବସୀୟ ଦିଶାନିର୍ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହାରାଧନ ବେରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକକୁ ବ୍ଲକ ସହ ଶିକ୍ଷାଧିକାରୀ ବଟକୃଷ୍ଣ ପାଢ଼ୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ବାଘହାଣ୍ଡି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁକୁନ୍ଦ ରଥ, ବରିଷ୍ଠ ଗୋଷ୍ଠୀ ସମ୍ବଳ ଶିକ୍ଷକ ମନୋଜ ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଉନ୍ନତି ପାଇଁ ପିତାମାତା ଓ ଅବିଭାବକଙ୍କ ଭୂମିକା, ବିଭିନ୍ନ ସରକାରୀ ଯୋଜନାର ଉପଲବ୍ଧତା, ପ୍ରଶସ୍ଥ ମୋବାଇଲ ଆପ୍‌ର ବ୍ୟବହାର, ଅନ୍ତର୍ଭୁକ୍ତିକରଣ ଶିକ୍ଷା ବିଷୟରେ ଆଲୋକପାତ କରିଥିଲେ । ଗଜବନ୍ଧ, ବାଙ୍କୀପାଲି, ସମଲେଇଚୁଆଁ କ୍ଲଷ୍ଟରର ପ୍ରାୟ ୪୦ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅବିଭାବକ ଅଂଶ ଗ୍ରହଣ କରିଥିଲେ । ଆଇଇଭି ଲୋଚନ ସାହୁ, ହିମାଂଶୁ ଶେଖର ସାହୁ, ଶିକ୍ଷକ ଧ୍ରୁବ ଚରଣ ପଣ୍ଡା, ପିତାମ୍ବର ଶିଖା, ଦିବାକର ବଢ଼େଇ, ସଞ୍ଜୟ ଭୋଇ, ପ୍ରଶାନ୍ତ ଜ୍ୟୋତି ପ୍ରଧାନ, ବିକାଶ ଭରାସାଗର, ଦିନେଶ ନାଏକ, ଶିକ୍ଷୟିତ୍ରୀ ବନିତା ବେହେରା, ଲଳିତା ଭୁଏ, ବର୍ଷାରାଣୀ ମଲ୍ଲିକ, ସରୋଜିନୀ ମହାନନ୍ଦ, ହାରାଧନ ରଣା,ଗୋବିନ୍ଦ ସାହୁ ସହଯୋଗ କରିଥିଲେ । ଶେଷରେ ସ୍ଥାନୀୟ ସିଆରସିସି ନରେନ୍ଦ୍ରକୁମାର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.