pr

ଡଃ କାଳିକିଙ୍କରଙ୍କୁ ରାଜ୍ୟସ୍ତରୀୟ ସର୍ବୋଚ୍ଚ ‘ଦୀନକୃଷ୍ଣ ସମ୍ମାନ’ ପ୍ରଦାନ

dr. purohit

ବାଲେଶ୍ୱର, (କେପିଏନ୍‌ଏସ୍‌ ) : ଓଡି଼ଶା ସାହିତ୍ୟ ଏକାଡେମୀ ଓ ଦୀନକୃଷ୍ଣ ସ୍ମୃତି ପରିଷଦ ତରଫରୁ ବିଶିଷ୍ଟ ସାହିତ୍ୟିକ ଡଃ କାଳିକିଙ୍କରଙ୍କୁ ରୀତି ଯୁଗୀୟ କବି ଦୀନକୃଷ୍ଣଙ୍କ ନାମରେ ରାଜ୍ୟସ୍ତରୀୟ ସର୍ବୋଚ୍ଚ ‘ଦୀନକୃଷ୍ଣ ସମ୍ମାନ-୨୦୨୬ ‘କବିଙ୍କର ପୁଣ୍ୟ ଜନ୍ମପୀଠ ମୁଣତୁଣିଆଠାରେ ପ୍ରଦାନ କରାଯାଇଛି । ଏଥିରେ ଓଡି଼ଶା ସାହିତ୍ୟ ଏକାଡେମୀର ଉପ-ସଚିବ ସଞ୍ଜୟ ଛୁଆଳ ସିଂହ ଯୋଗଦେଇ ଏହି ମର୍ଯ୍ୟାଦାପୂର୍ଣ୍ଣ ସମ୍ମାନ ପ୍ରଦାନ କରିଛନ୍ତି । ଉକ୍ତ ଉତ୍ସବରେ ଦୀନକୃଷ୍ଣ ସ୍ମୃତି ପରିଷଦର ସଭାପତି ଡଃ ରମାକାନ୍ତ ଭଞ୍ଜଙ୍କ ସଭାପତିତ୍ୱରେ ମୁଖ୍ୟଅତିଥିଭାବେ ଫକୀରମୋହନ ସାହିତ୍ୟ ପରିଷଦର ପ୍ରାକ୍ତନ ସଭାପତି ଡଃ ଶିରିଷ ଚନ୍ଦ୍ର ଜେନା, ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଦୟାନିଧି ସାହୁ, ବିଶିଷ୍ଟ ଅତିଥିଭାବେ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡଃ ରାଧାଗୋବିନ୍ଦ କୋଇଲା, ସମ୍ମାନିତ ଅତିଥିଭାବେ ଦୀନକୃଷ୍ଣ ସ୍ମୃତି ପରିଷଦର କାର୍ଯ୍ୟକାରୀ ସଭାପତି କବି ବ୍ରଜେନ୍ଦ୍ର ନାଥ ଗିରି, ସମ୍ପାଦକ ବିପିନ ବିହାରୀ ବିଶ୍ୱାଳ, ଉପ-ସଭାପତି ଡଃ ଅଜିତ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ଓଡ଼ିଆ ସାହିତ୍ୟକୁ କବି ଦୀନକୃଷ୍ଣ ଦାସଙ୍କ ଅତୁଳନୀୟ ଅବଦାନ ବିଷୟରେ ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିସହିତ ଦୀନକୃଷ୍ଣ ସମ୍ମାନରେ ସମ୍ମାନିତ ହେଇଥିବା କବି ଡଃ କାଳିକିଙ୍କର ଏଯାବତ୍ ପଇଁତିରିଶରୁ ଅଧିକ ଗଳ୍ପ, କବିତା, ଉପନ୍ୟାସ, ପ୍ରବନ୍ଧ ଓ ଶିଶୁ ସାହିତ୍ୟ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ଡଃ ଦାସଙ୍କୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଛି ।

nrusinghnath
Leave A Reply

Your email address will not be published.