nursing

ଦିବ୍ୟାଙ୍ଗ ମହିଳା ପ୍ରେମବାଇ ରାସ୍ତା କଡ଼ରେ ପଡି ରହିଛନ୍ତି ଭୋକ ଉପବାସରେ

p purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ କେହି ଭୋକିଲା ରହିବେ ନାହିଁ। ସାଧାରଣ ଗରିବ ଅସହାୟ ଗରିବ ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନାମାନ କରାଯାଇଛି । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକ ଲଉଡିଦରହା ପଞ୍ଚାୟତ ଗୌଡ଼ମାଲ ଉପରମୁଣ୍ଡା ବରଗଛ ମୂଳରେ ଦଳିତ ଦିବ୍ୟାଙ୍ଗ ମହିଳା ପ୍ରେମବାଇ ଦୀପ (୫୦) ରାସ୍ତା କଡ଼ରେ ପଡି ରହି ଭୋକ ଉପବାସ ଖରା, ବର୍ଷା, ଶୀତ, ପବନ, ଘଡଘଡି ଶବ୍ଦ ଗର୍ଜନ ଓ ଭୟଙ୍କର ଅଂଧାର ରାତିକୁ ସମ୍ମୁଖୀନ କରି ଜୀବନ କାଟୁଛନ୍ତି । ଆଜିକୁ ଦୀର୍ଘ କେତେ ବର୍ଷ ହେଲାଣି ଏଭଳି ଦୁଃଖମୟ ଜୀବନ କାଟୁଛନ୍ତି । ପୂର୍ବରୁ ସେ ଓଡିଶାର ସୀମାକୁ ଲାଗିଥିବା ସାଲେଝରିଆଡିପା ଗ୍ରାମରେ ରହୁଥିଲେ । ତାଙ୍କ ପୁଅ ଝିଅ କେହି ନାହିଁ । ୭ ବର୍ଷ ତଳେ ସ୍ୱାମୀଙ୍କ ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ହୋଇଗଲା । ଏହା ପରେ ସେ ଡୁଙ୍ଗୁରିପାଲି ଗ୍ରାମ ଠାରେ ଏକ ଆମ୍ବ ଗଛ ତଳେ ୪ବର୍ଷ ରହି ଆସୁଥିଲେ । ମଦ୍ୟପଙ୍କ ଦୌରାତ୍ମରେ ଅତିଷ୍ଠ ହୋଇ ଭୟରେ ଗୌଡ଼ମାଲ ଚାଲି ଆସିଲେ । ଏହି ଦିବ୍ୟାଙ୍ଗ ବୃଦ୍ଧା ବୁଲି ବୁଲି ଭିକ୍ଷା ବୃତ୍ତି କରନ୍ତି । ଉକ୍ତ ରାସ୍ତା ଦେଇ ସ୍ଥାନୀୟ ସରପଞ୍ଚ, ବି.ଡି.ଓ ଯାତାୟତ କରୁଛନ୍ତି, ତାଙ୍କ ଦୃଷ୍ଟି ନପଡିବା ଅତ୍ୟନ୍ତ ଦୁଃଖର ବିଷୟ । ଏହି ଦିବ୍ୟାଙ୍ଗଙ୍କ ପାଇଁ ପ୍ରସାଶନ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବୀ ହେଉଛି ।

upahar
Leave A Reply

Your email address will not be published.

5 − 3 =