jayashree

ବିଶ୍ୱ ଆଦିବାସୀ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗୋଁଣ୍ଡୱାନା ଭବନ ଠାରେ ବିଶ୍ୱ ଆଦିବାସୀ ଦିବସ ଅଖିଳ ଭାରାତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା, ଆଦିବାସୀ କଲ୍ୟାଣ ସଂଘ, ଆଦିବାସୀ କର୍ମଚାରୀ ସଂଘ, ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିସାଦ ମିଳିତ ଆନୁକୁଲ୍ୟରେ ବିଶ୍ୱ ଆଦିବାସୀ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ପୂର୍ବ ପୁରୁଷଙ୍କୁ ପୂଜା ସେବା ପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଦହିତ ଭୋଇଙ୍କ ସଭାପତିତ୍ୱରେ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ ସମନ୍ୱୟ ପରିଷଦର ରାଜ୍ୟ କାର୍ଯ୍ୟକାରୀ ସଭାପତି ମୀନକେତନ ମାଝୀ, ମୁଖ୍ୟ ବକ୍ତା ଗଣେଶ ମାଝୀ, ସମ୍ମାନିତ ଅତିଥି ଭାବରେ ପ୍ରଦୀପ କୁମାର ମଲ୍ଲୀକ, ଦିଲ୍ଲୀପ କୁମାର ଭୋଇ, ଶାନ୍ତିଲତା ହେମ୍ବ୍ରମ, ଗଣେଶ ଚନ୍ଦ୍ର ସୋରେନ ଯୋଗ ଦେଇଥିଲେ । ଯୋଗେଶ୍ୱର ଭୋଇ, ରୁଦ୍ରମଣି ମାଝୀ, ପ୍ରତାପ ଧରୁଆ, ବଂଶା ଭୋଇ, ଅଗସ୍ତି କହଁର, ପୂର୍ଣ୍ଣିମା ରାଏ, ଦାମୋଦର ମାଝୀ, ଉମେଶ ଚନ୍ଦ୍ର ନାଏକ, ଦୟାନିଧି ଧରୁଆ ସଂଗଠିତ ରହି ଆଦିବାସୀ ଧାଇଁମାନଙ୍କୁ ସମ୍ମାନ, ଆଦିବାସୀ ସଂସ୍କୃତି, ପରମ୍ପରା, ଇତିହାସ,ଭାଷାକୁ ଜାଣିବା ଓ ବନ୍‌ଚାଇ ରଖିବା ପାଇଁ ମତ ବ୍ୟକ୍ତ କରିଥିଲେ । ମନୋଜ କୁମାର ପୁଟା, ଶଶିଭୂଷଣ ଗଡ଼ନାୟକ ପ୍ରମୁଖ ସହେଯାଗ କରିଥିଲେ । ବିଶ୍ୱ ଆଦିବାସୀ ଦିବସକୁ ସରକାର ଛୁଟି ଦିବସ ଘୋଷଣା କରିବା ପାଇଁ ଉପସ୍ଥିତ ସମସ୍ତେ ଦାବି କରିଥିଲେ । ସଂଯୁକ୍ତ ରାଷ୍ଟ୍ରସଂଘ ୨୦୨୨ରୁ ୨୦୩୨କୁ ଅର୍ନ୍ତଜାତୀୟ ଆଦିବାସୀ ଭାଷା ଦଶନ୍ଧି ଭାବରେ ଘୋଷଣା କରିଥିବାରୁ ଭାଷାର ସୁରକ୍ଷା ପାଇଁ ମତ ପ୍ରକାଶ ପାଇଥିଲା । ଏହି ଅବସରରେ ଓଆଭି ଆକ୍ଟକୁ ସଂଶୋଧନ ପାଇଁ ୩ଖ ମିଶନ ଆରମ୍ଭ କରାଯାଇଥିଲା । ଶେଷରେ ନୃପ ଭୋଇ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.