csstore

କୁଡ଼ାସିଂହାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବୁଢାଡ଼ଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଡାସିଂହାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଇଂରାଜୀ ଅଧ୍ୟାପକ ଅକ୍ଷୟ ଚୌଧୁରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଅର୍ଥନୀତି ଅଧ୍ୟାପକ ନରେଶ ମିଶ୍ର ବରିଷ୍ଠ ନାଗରିକମାନଙ୍କ ପ୍ରତି ଯତ୍ନଶୀଳ ହେବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଶପଥ କରାଇବା ସହିତ ସାମ୍ପ୍ରତିକ ସମାଜରେ ବରିଷ୍ଠ ନାଗରିକମାନେ କିଭଳି ଅବହେଳିତ ସେ ଉପରେ ଦୃଷ୍ଟାନ୍ତମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟାପକ ରେବତ ଜାଲ, ବିଜୟ ମିଶ୍ର, ନିତ୍ୟାନନ୍ଦ ସିର୍ଦାର ପ୍ରମୁଖ ମଞ୍ଚାସୀନ ଥିଲେ । ଅଧ୍ୟକ୍ଷ ଛବିଳ ବଗର୍ତ୍ତୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପରିଚାଳନରେ ବଳଭଦ୍ର ପଣ୍ଡା, ଗଙ୍ଗାଧର ସାହୁ, କରୁଣାକର ମେହେର ଏବଂ ରମେଶ ସାହୁ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.