csstore

ଦେଓଗାଁ ବ୍ଲକ ସ୍ତରୀୟ ବରିଷ୍ଠ ନାଗରିକ ଦିବସ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସଭା କକ୍ଷରେ ଶୁକ୍ରବାର ଦିନ ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ଦେଓଗାଁ ବିଡ଼ିଓ ପ୍ରିୟରଞ୍ଜନ କୁମ୍ଭାର, ଏବିଡିଓ ପୁଷ୍ପାଞ୍ଜଳି ନାୟକ, ଜିପିଇଓ ସେନାପତି ମଙ୍ଗରାଜ, ବିଏସ୍‌ଏସ୍‌ଓ ସିଦ୍ଧାର୍ଥ ସେଠ, ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅମ୍ବରିଶ ଭୋଇ, ଦେଓଗାଁ ପଞ୍ଚାୟତ ସମିତି ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଗୁରୁ, ୯୦ଜଣ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ । ଡ଼. ମେହେରଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଦେଓଗାଁ ହାଇସ୍କୁଲରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ପୁରସ୍କାର ବିତରଣ ହୋଇଥିଲା । ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନରେ ଯଥାକ୍ରମେ ମନିଷ ପୋଢ଼, ଅମ୍ରିତା ବାଗ, ଆଦ୍ୟାଶା ସାହୁ କୃତିତ୍ୱ ଅର୍ଜନ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସୁଶାନ୍ତ ବାଗ, ଦିଗାମ୍ବର ନାଏକ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.