mahavir

ବନ୍ଧମୁଣ୍ଡାରେ ଶ୍ରମିକ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଜନତା ପାର୍ଟି ବନ୍ଧମୁଣ୍ଡା ମଣ୍ଡଳ ପକ୍ଷରୁ ଶ୍ରମିକ ଦିବସ ପାଳନ ଅବସରରେ ଏକ ବିଶେଷ ସମ୍ମାନ ସଭାର ଆୟୋଜନ କରାଯାଇଥିଲା । ଏହି ଅବସରରେ ମଣ୍ଡଳ ଅଧ୍ୟକ୍ଷ ଲକ୍ଷ୍ମଣ ଲୋହାର ଭାରତୀୟ ପରମ୍ପରା ଓ ସଂସ୍କୃତିକୁ ଅନୁସରଣ କରି ସମସ୍ତ ଶ୍ରମିକ ଭାଇମାନଙ୍କୁ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ କର୍ମୀମାନେ ଶ୍ରମିକମାନଙ୍କ ପ୍ରତି କୃତଜ୍ଞତା ଜଣାଇ ସେମାନଙ୍କର ପାଦ ପ୍ରକ୍ଷାଳନ କରି, ପୁଷ୍ପ ଅର୍ପଣ, ଆରତି କରିବା ସହିତ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ଏହି ଅନନ୍ୟ ଓ ଭାବନାପ୍ରବଣ ପଦକ୍ଷେପ ସମାଜରେ ଶ୍ରମିକମାନଙ୍କ ପ୍ରତି ସମ୍ମାନ ଓ ଆଦରକୁ ଆହୁରି ଶକ୍ତିଶାଳୀ କରିଛି । ମଣ୍ଡଳର ପଦାଧିକାରୀମାନେ କହିଥିଲେ ଯେ, ଦେଶର ଗଠନ ଓ ଉନ୍ନତିରେ ଶ୍ରମିକମାନଙ୍କର ଅବଦାନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଓ ସେମାନଙ୍କୁ ସମ୍ମାନ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ କର୍ମୀ ଓ ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ ଏବଂ ସମସ୍ତେ ମିଶି ଶ୍ରମିକମାନଙ୍କ ସମ୍ମାନରେ ନିଜର ଭାଗୀଦାରୀ ନିଭାଇଥିଲେ । ଏହି ଅବସରରେ ଶୋଭା ଦେବୀ, ଦୀପା ଦତ୍ତ, ମନୋରମା ତନ୍ତି, ସତ୍ୟଜିତ ପ୍ରଧାନ, ଅମିତ ସେନ ଗୁପ୍ତା, ମୁକେଶ ସିଂହ, ହରି କିସ୍ରୀ, ବିଦ୍ୟା ପ୍ରସାଦ, ରାହୁଲ ବିଶ୍ୱକର୍ମା ଓ ଚିରଞ୍ଜୀବୀ ରାଓ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.