pr

ବିଶ୍ୱ ଖାଉଟି ଅଧିକାର ଦିବସ -୨୦୨୬

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଖାଉଟିମାନଙ୍କ ଭିତରେ ଅଧିକ ସଚେତନତା ଆବଶ୍ୟକ ରହିଛି ବୋଲି ବିଶ୍ୱ ଖାଉଟି ଅଧିକାର ଦିଵସ ବଲାଙ୍ଗିରରେ ମତ ପ୍ରକାଶ ପାଇଛି । ବଲାଙ୍ଗିର ପତିତପାବନ ଏକାଡ଼େମୀ ସଭାଗୃହରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବୈଧ ମାପ ବିଜ୍ଞାନ ବିଭାଗ ସହାୟତାରେ ଅନୁଷ୍ଠିତ ସଚେତନତା ସଭାରେ ବକ୍ତାମାନଙ୍କ ସହିତ ପ୍ରଶ୍ନ ଉତ୍ତର ବେଳେ ଗ୍ରାମାଞ୍ଚଳ ଖାଉଟୀ ତର୍କ ସଂଗତ ସମର୍ଥନ ପାଇଁ ଗ୍ରାମାଞ୍ଚଳ ଖାଉଟିଙ୍କ ସଚେତନତା ଜରୁରୀ ହୋଇପଡ଼ିଛି ବୋଲି କହିଥିଲେ । ଚଳିତ ବର୍ଷ “ନିରାପଦ ଉତ୍ପାଦ – ଆତ୍ମ ବିଶ୍ୱାସୀ ଗ୍ରାହକ” ହେଉଛି ବିଶ୍ୱ ଗ୍ରାହକ ଅଧିକାର ଦିବସ ୨୦୨୬ ର ବିଷୟ ବସ୍ତୁ । ଏହି ବିଷୟ ବସ୍ତୁ ଉପରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଞ୍ଜନ କୁମାର ପଣ୍ଡା ମୁଖ୍ୟ ଅତିଥି, ଜିଲ୍ଳା ଶିଳ୍ପ କେନ୍ଦ୍ରର ଭାରପ୍ରାପ୍ତ ସାଧାରଣ ପରିଚାଳକ ନିରୋଜ ରଞ୍ଜନ ପାଣିଗ୍ରାହୀ, ବୈଧ ମାପ ବିଜ୍ଞାନ ବିଭାଗ ସହକାରୀ ନିୟନ୍ତ୍ରକ ସାଗରିକା ସାବତ, ବଲାଙ୍ଗିର ଜିଲ୍ଲା ପରିଷଦ ସଭ୍ୟ ଶିବଦତ୍ତ ମିଶ୍ର ମତ ପ୍ରକାଶ କରି ଖାଉଟି ବିଷୟକୁ ବିସ୍ତାର ପୂର୍ବକ ମତାମତ ଦେଇଥିଲେ । ଖାଉଟିମାନଙ୍କୁ ଦିଆଯାଇଥିବା ଅଧିକାର ହନନ ହେଲେ ଅଦାଲତରେ ବିନା କୌଣସି ଓକିଲ ସହାୟତା ନେଇ ଜିଲ୍ଳା, ରାଜ୍ୟ ଓ କେନ୍ଦ୍ରୀୟ ଖାଉଟି ଅଦାଲତରେ ଆବେଦନ କରି ନ୍ୟାୟ ପାଇ ପାରିବେ ବୋଲି କହିଥିଲେ । ଅନ୍ୟତମ ଅତିଥଭାବେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାଯତ ପ୍ରାନ୍ତ ଅଧ୍ୟକ୍ଷ କିଶୋର ମୋହନ ମିଶ୍ର ଯୋଗଦେଇ ପଞ୍ଚାୟତ କାର୍ଯ୍ୟଶୈଳୀ ଉପରେ ବିସ୍ତୃତ ବିବରଣୀ ଦେଇଥିଲେ । ଜିଲ୍ଳା ସଭାପତି ଗୋପବନ୍ଧୁ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ ସମ୍ପାଦକ ଅଶୋକ କୁମାର ମିଶ୍ର ଦିବସ ଉଦ୍ଦେଶ୍ୟ କହି ସଂଯୋଜନା କରିଥିଲେ । ପ୍ରାରମ୍ଭରେ ଦୀପ ପ୍ରଜ୍ୱଳନ ପୂଜନ ପରେ ଗ୍ରାହକ ଗୀତ ଆବୃତ୍ତି କରାଯାଇଥିଲା । ଶେଷରେ ସଭ୍ୟ ଉମାଶଙ୍କର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.