ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ଓ ବାଲିଯୋଡି ସ୍ଥିତ ଉତ୍କଳମଣି ଗୋପବନ୍ଧୁ ପ୍ରତିମୂର୍ତ୍ତି ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅନୁଷ୍ଠାନର ଉପସଭାପତି ମିନତୀ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପାନପୋଷ ପ୍ରାକ୍ତନ ଉପଜିଲ୍ଲାପାଳ ମହେନ୍ଦ୍ର କୁମାର ପଟ୍ଟନାୟକ, ବିଶିଷ୍ଟ ସାହିତ୍ୟିକ ଶଙ୍କର୍ଷଣ ପରିଡା, ସମାଜସେବୀ ଡା. ଫକୀରଚରଣ ହୋତା, ଆଇଡ଼ିଏଲର ଶିଳ୍ପ ସମ୍ପର୍କ ବିଭାଗର ମୁଖ୍ୟ ରଞ୍ଜନ ମହାନ୍ତି, କବୟିତ୍ରୀ ବିଜୟ ଲକ୍ଷ୍ମୀ ପଟ୍ଟନାୟକ, ସଚେତନ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ପି ପି ରାୟ, ଡା. ବିଷ୍ଣୁପ୍ରିୟା ଦେଇ ଯଥାକ୍ରମେ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା, ସମ୍ମାନିତ ଅଥିତି, ବରେଣ୍ୟ ଅଥିତି ଓ ବକ୍ତାଭାବେ ଯୋଗଦେଇ ଉତ୍କଳ ଦିବସର ମହତ୍ୱ, ଗାରିମା, ଓଡ଼ିଆ ଭାଷ ସାହିତ୍ୟ ସଂସ୍କୃତି ସୁରକ୍ଷା, ସର୍ବୋପରି ମଧୁସୂଦନ, ଗୋପବନ୍ଧୁ, ଫକୀରମୋହନ, ପାରଳା ମହାରାଜା, କୃଷ୍ଣଚନ୍ଦ୍ର ଗଜପତି, ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓଙ୍କ ଭଳି ପୂର୍ବ ସୁରୀମାନଙ୍କର ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନରେ ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ଏହି ସଭାରେ ସର୍ବସମ୍ମତି କ୍ରମେ ମତପ୍ରକାଶ ପାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟିର ସଦସ୍ୟା ମୋହିନୀ ନାୟକ, ଅନ୍ତର୍ଯ୍ୟାମୀ ବେଉରିଆ, ଶିକ୍ଷାବିତ୍ କୈଳାସ ଚନ୍ଦ୍ର ପଣ୍ଡା, ଚାରୁଲତା ଦେବି, କବି ଆର୍ତ୍ତବନ୍ଧୁ ଦାସ, ସନାତନ ସାହୁ, ମୁରଲୀଧର ଦାସ, ବିପିନ ବିହାରୀ ରାଉତରାୟ, ଭଗବାନ ସାହୁ, ଚାନ୍ଦ ମଣି ମାଝୀ, ମନୋରମା ପଣ୍ଡା, ନାଗମଣୀ ମହାନ୍ତି, ରେଣୁବାଳା ଗିରି, ଅଜୟ କୁମାର ରାୟ, ସନାତନ ବାରିକ, ଅସିତ କୁମାର ଦୁବେ, ଅନନ୍ତ କୁମାର ଜେନା, ଚଗଲା ସୁତାର ଓ ଆଇନଜୀବୀ ରାଜଲକ୍ଷ୍ମୀ ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ପୂର୍ବ ସୁରୀମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ । ପ୍ରାରମ୍ଭରେ ଟ୍ରଷ୍ଟର ସହସମ୍ପାଦିକା ସଚଲା ପଣ୍ଡା ଅଥିତିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଆନୱାରୀ ବେଗମ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସୋନପାର୍ବତ ହାଇସ୍କୁଲ, ଆଦର୍ଶ ବିଦ୍ୟା ମନ୍ଦିର, ଫକୀର ମୋହନ ହାଇସ୍କୁଲ ଓ ଆଇଡ଼ିଏଲ ପ୍ରାଇମେରୀ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଓ ମଧୁସୁଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।
Prev Post