oum

ନିରନ୍ତର ଗ୍ୟାଷ୍ଟ୍ରୋନମି ବା ପୁଷ୍ଟିକର ଖାଦ୍ୟ ସେବନ ଦିବସ

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗ୍ୟାଷ୍ଟ୍ରୋନମିକୁ ବେଳେବେଳେ ଖାଦ୍ୟର କଳା କୁହାଯାଏ । ଅନ୍ୟ ଅର୍ଥରେ, ଗ୍ୟାଷ୍ଟ୍ରୋନମି ପ୍ରାୟତଃ ସ୍ଥାନୀୟ ଖାଦ୍ୟ ଏବଂ ରୋଷେଇକୁ ବୁଝାଏ । ନିରନ୍ତର ବା ସ୍ଥିରତା ହେଉଛି ଏକ ଅବସ୍ଥା ଯେ, କିଛି (ଯଥା କୃଷି, ମତ୍ସ୍ୟଚାଷ କିମ୍ବା ଖାଦ୍ୟ ପ୍ରସ୍ତୁତି) ଏପରି ଭାବରେ କରାଯାଇଥାଏ ଯାହା ଆମର ପ୍ରାକୃତିକ ସମ୍ପଦର ଅପଚୟ ନୁହେଁ ଏବଂ ଭବିଷ୍ୟତରେ ଆମ ପରିବେଶ କିମ୍ବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରିବ ନାହିଁ । ମାନବ ବ୍ୟବହାର ପାଇଁ ଉତ୍ପାଦିତ ଖାଦ୍ୟର ପ୍ରାୟ ଏକ ତୃତୀୟାଂଶ ନଷ୍ଟ ହୋଇଥାଏ । ଖାଦ୍ୟ ବର୍ଜ୍ୟବସ୍ତୁ ସବୁଜ ଗୃହ ବାଷ୍ପ ନିର୍ଗମନର ପ୍ରାୟ ୮ % ଅଟେ । ସ୍ଥାୟୀ ଗ୍ୟାଷ୍ଟ୍ରୋନମିର ଅର୍ଥ ହେଉଛି ରୋଷେଇ ଖାଦ୍ୟ ଯାହାର ଉପାଦାନ ଗୁଡ଼ିକ କେଉଁଠୁ ଆସେ, କିପରି ବଢେ ଏବଂ ଏହା କିପରି ଆମ ବଜାରକୁ ଆସେ ଏବଂ ଶେଷରେ ଆମ ଖାଦ୍ୟ ଥାଳିରେ ପହଞ୍ଚେ ସେ ବିଷୟରେ ବୁଝିବା । ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ), ଖାଦ୍ୟ ଏବଂ କୃଷି ସଂଗଠନ (ଏଫଏଓ) ଏବଂ ମିଳିତ ଜାତିସଂଘ ସାଧାରଣ ସଭା ସଦସ୍ୟ ରାଷ୍ଟ୍ର, ମିଳିତ ଜାତିସଂଘ ସଂଗଠନ ତଥା ଅନ୍ୟାନ୍ୟ ଆନ୍ତର୍ଜାତୀୟ ସହଯୋଗରେ ‘ସ୍ଥାୟୀ ଗ୍ୟାଷ୍ଟ୍ରୋନମି ଦିବସ’ ପାଳନକୁ ସୁଗମ କରିବା ପାଇଁ କାର୍ଯ୍ୟ କରୁଛି । ସ୍ଥାୟୀ ବିକାଶରେ ଏହାର ଅବଦାନ ବିଷୟରେ ଜନସଚେତନତା ସୃଷ୍ଟି କରିବାରେ ଆଞ୍ଚଳିକ ସଂସ୍ଥା ତଥା ନାଗରିକ ସମାଜ ମଧ୍ୟ ଏହି ଦିବସ ପାଳନ କରନ୍ତି । ଏଫଏଓ ସବୁଜ ସଂସ୍କୃତିର ଖାଦ୍ୟକୁ ପ୍ରୋତ୍ସାହିତ କରେ ଯାହା କେବଳ ସୁସ୍ଥ ନୁହେଁ, କିନ୍ତୁ ସ୍ଥାୟୀ ଅଟେ ଏବଂ ପରାମର୍ଶ ଦେଇଥାଏ ଯେ, ଯେଉଁ ଦେଶଗୁଡିକରେ ପୂର୍ବରୁ ଖାଦ୍ୟପେୟ ନିର୍ଦ୍ଦେଶାବଳୀ ରହିଛି, ସେମାନଙ୍କ ମଧ୍ୟରେ ସ୍ଥିରତା ଅନ୍ତର୍ଭୁକ୍ତ କରିବାର ପ୍ରକ୍ରିୟା ଉପରେ ବିଚାର କରିବା ଉଚିତ୍ । ଗ୍ୟାଷ୍ଟ୍ରୋନମି ସ୍ଥାୟୀ ବିକାଶର ତିନୋଟି ଦିଗ ସହିତ ଜଡିତ । ତାହା ହେଉଛି କୃଷି ବିକାଶ, ପୁଷ୍ଟିକର ଖାଦ୍ୟ, ଖାଦ୍ୟ ଉତ୍ପାଦନ ଏବଂ ଜୈବ ବିବିଧତା ସଂରକ୍ଷଣକୁ ପ୍ରୋତ୍ସାହିତ କରି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା । ଅଧିକ ଉଦ୍ଭିଦ ଭିତ୍ତିକ ଖାଦ୍ୟପେୟ ଉପରେ ନିର୍ଭରଶୀଳ ହେବା ଦ୍ଵାରା ମଧୁର ଜଳ ସଂଚୟ ହେବ ଏବଂ ଜଙ୍ଗଲ ନଷ୍ଟକୁ ରୋକିବାରେ ସହାୟକ ହେବ । ସାଧାରଣ ଭାବରେ ଉପଲବ୍ଧ ପନିପରିବାର ଉଦାହରଣ ଗୁଡିକ ହେଉଛି ବିନସ୍, ଜୈବ ପନିପରିବା, ବିଭିନ୍ନ ପ୍ରକାରର ଶାଗ, ଚାଉଳ, ଡାଲି ଜାତୀୟ ଫସଲ, ଜୈବିକ ଫଳ, ଇତ୍ୟାଦି । ସ୍ଥାନୀୟ ଉତ୍ପାଦକମାନଙ୍କୁ ସମର୍ଥନ କର, ସ୍ଥାନୀୟ ଖାଦ୍ୟ ବଜାରରୁ କ୍ରୟ କର, ବଡ଼ ସଂସ୍ଥାଗୁଡ଼ିକ ପରିବର୍ତ୍ତେ ଛୋଟ ଉତ୍ପାଦକ / କୃଷକ / ମତ୍ସ୍ୟଜୀବୀ କିମ୍ବା ପରିବାର ଦ୍ୱାରା ପରିଚାଳିତ ବ୍ୟବସାୟକୁ ସମର୍ଥନ କର । ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସଂସ୍ଥା ପ୍ରଚୁର ପରିମାଣର ଖାଦ୍ୟ ପ୍ରକ୍ରିୟାକରଣ କରେ ଏବଂ ପ୍ରକ୍ରିୟାରେ ଅନେକ ଉତ୍ସ ନଷ୍ଟ କରେ । ଆଜି ସମଗ୍ର ବିଶ୍ୱରେ ପ୍ରାକୃତିକ ସମ୍ପଦ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି ଏବଂ ଦାରିଦ୍ର୍ୟ ତଥା ବିଶ୍ଵର କ୍ଷୁଧା ଅନେକ ଜୀବନକୁ ନଷ୍ଟ କରୁଛି । ସ୍ଥାୟୀ ଗ୍ୟାଷ୍ଟ୍ରୋନମି ଦିବସ ଏହି ସମସ୍ୟାଗୁଡିକୁ ଲୋକଲୋଚନକୁ ଆଣିବା ସହିତ ଏହାର ସମ୍ଭାବ୍ୟ ସମାଧାନ ଉପରେ ଆଲୋକପାତ କରେ ।

Leave A Reply

Your email address will not be published.