om academy

ବିଶ୍ୱ କଇଁଛ ଦିବସ

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ‘ବିଶ୍ୱ କଇଁଛ ଦିବସ’ ହେଉଛି ଏକ ବାର୍ଷିକ କାର୍ଯ୍ୟକ୍ରମ ଯାହାକି ୨୦୦୦ ମସିହାରୁ ପାଳନ ହୋଇଆସୁଛି । ଏହା ‘ଆମେରିକୀୟ କଇଁଛ ଉଦ୍ଧାର ସଂସ୍ଥା’ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ବିଶ୍ୱ କଇଁଛ ଦିବସର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ କଇଁଛ ଏବଂ ସେମାନଙ୍କର ବାସସ୍ଥାନର ସୁରକ୍ଷା ପାଇଁ ଯାହା କରିହେବ ତାହା ବିଷୟରେ ଶିକ୍ଷା ଦେବା । ଏହା ମଧ୍ୟ ଆନନ୍ଦର ଏକ ଉତ୍ସବ ଯାହା ଏହି ସରୀସୃପ ବର୍ଗର ଜୀବ ମାନେ ପ୍ରତିଦିନ ଲୋକଙ୍କୁ ଖୁସି ଆଣିଥାନ୍ତି । ଆମେରିକୀୟ କଇଁଛ ଉଦ୍ଧାର (ଏଟିଆର୍‌) ସଂସ୍ଥା ୧୯୯୦ରେ ଉଭୟ ସ୍ୱାମୀ-ସ୍ତ୍ରୀ ସୁଜାନ ଟେଲେମ୍‌ ଏବଂ ମାର୍ଶଲ ଥମ୍ପସନଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଏହା ଏକ ଅଣ-ଲାଭକାରୀ ସଂସ୍ଥା ଯାହା ସମସ୍ତ ଜାତିର କଇଁଛକୁ ଉଦ୍ଧାର ଏବଂ ପୁନଃ ଥଇଥାନ କରିଥାଏ । ଏହି ପ୍ରାଣୀ ମାନେ ରହୁଥିବା ପରିବେଶର ସୁରକ୍ଷା ଉପରେ ମଧ୍ୟ ଏହା ଅନେକ କାର୍ଯ୍ୟ କରିଥାଏ । ଟାରଟଲ୍‌ କଇଁଛମାନେ ସେମାନଙ୍କ ଜୀବନ ପାଣିରେ ବିତାଇଥିବା ବେଳେ ଟୋରଟୋଆଇଜ କଇଁଛମାନେ ଅଧିକାଂଶ ସମୟ ସ୍ଥଳଭାଗରେ ବିତାଇଥାନ୍ତି । ସେମାନଙ୍କ ପ୍ରାକୃତିକ ବାସସ୍ଥାନ ଦ୍ରୁତ ଗତିରେ ହ୍ରାସ ପାଉଛି ଏବଂ ସେମାନଙ୍କର ଭବିଷ୍ୟତ ସୁତାଖିଅରେ ଝୁଲୁଛି, ବର୍ତ୍ତମାନ ସେମାନଙ୍କ ସୁରକ୍ଷା ଜରୁରୀ ହୋଇପଡିଛି । କଇଁଛ ଅନେକ ସଂସ୍କୃତିରେ ଦୀର୍ଘାୟୁତା, ସ୍ଥିରତା ଏବଂ ସୁରକ୍ଷାକୁ ପ୍ରତୀକ କରେ । କଇଁଛର ଜୀବନ ଧାରା ଆମକୁ ନମନୀୟତା, ସହିଷ୍ଣୁତା, ଧୌର୍ଯ୍ୟଶୀଳତା, ଅଟଳ ଦୃଢତା ଏବଂ ସ୍ଥିରତାର ମୂଲ୍ୟବୋଧ ଶିଖାଏ ।

Leave A Reply

Your email address will not be published.