
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରେଳ ଷ୍ଟେସନ ରୋଡ଼ସ୍ଥିତ କାର୍ଯ୍ୟାଳୟଠାରେ କ୍ରାନ୍ତି ଯୁବ ଛାତ୍ର ସଂଘର ୧୧ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ସଂଘର ସାଧାରଣ ସମ୍ପାଦକ ଜଲାଲ ଖାନ୍ ପତାକା ଉତ୍ତୋଳନ କରିଥିବା ବେଳେ ମୁଖ୍ୟଅତିଥି ରୂପେ ସିମାଞ୍ଚଳ ନାହାକ ଯୋଗଦେଇ କ୍ରାନ୍ତି ମଶାଲରେ ଅଗ୍ନି ସଂଯୋଗ କରି କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ । ସଂଘ ସଭାପତି ଇଜୁ ଆମିନ୍ ଖାନ୍ ସାଂପ୍ରତିକ ସମୟରେ ଯୁବକମାନଙ୍କ ଭୂମିକା ଏବଂ ସେମାନଙ୍କ ସମାଜରେ ପ୍ରତିକୂଳ ପରିସ୍ଥିତିରେ ଦୃନୀତି ବିରୋଧୀ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ସଂଘର ସମସ୍ତ କର୍ମକର୍ତ୍ତା ଶହୀଦ ଭଗତ ସିଂହଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଅଭିବାଦନ ଜଣାଇଥିବା ବେଳେ ରଶ୍ମି ରଞ୍ଜନ ମହାପାତ୍ର କାର୍ଯ୍ୟକ୍ରମକୁ ସଭାପତିତ୍ୱ କରି କାର୍ଯ୍ୟକ୍ରମକୁ ସଞ୍ଚାଳନା କରିଥିଲେ । ଏହା ପରେ ଛତ୍ରପୁର ନିକଟସ୍ଥ ସରକାରୀ ଚିକିତ୍ସାଳୟରେ ରୋଗୀଙ୍କୁ ଓ ଗରିବଲୋକଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ସହରର ପୂର୍ବତନ କାଉନସିଲର ସମାଜସେବୀ ବାଦଲ ପାଣ୍ଡି, ବୁଲୁ ବେହେରା ସହ ସାମ୍ବାଦିକ ଗୌରବ ମହାପାତ୍ର ସଂଘ କାର୍ଯ୍ୟକର୍ତ୍ତା ଦୀପକ ରାଉଳ, ସୁବୋଧ ସୁମନ ସ୍ୱାଇଁ, ପ୍ରଦୀପ ନାହାକ, ରଞ୍ଜିତ ରଥ, କେ. ମାଧବ, ଶିବ ବେହେରା, ନିଶାନ୍ତ ନାହାକ, ଜିତୁ ମହାଙ୍କୁଡ଼ ଓ ଜଗନ୍ନାଥ ପ୍ରଧାନ ପ୍ରମୁଖ ଯୋଗଦେଇ ଉପସ୍ଥିତ ରହିଥିଲେ ।