pakka

ବଲାଙ୍ଗିର ସମ୍ବଲପୁର ୨୬ନଂ ଜାତୀୟ ରାଜପଥ ରୁଗୁଡିଖାଲ ଛକରେ ଡ୍ରାଇଭର ସଂଘ ପକ୍ଷରୁ ଧାରଣା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ସମ୍ବଲପୁର ବଲାଙ୍ଗିର ୨୬ନଂ ଜାତୀୟ ରାଜପଥ ରୁଗୁଡିଖାଲ ଛକରେ ଡ୍ରାଇଭର ସଂଘ ସଦସ୍ୟ ଧାରଣାରେ ବସିଛନ୍ତି । ବିଭିନ୍ନ ଦାବୀ ନେଇ ଡ୍ରାଇଭରମାନେ ଷ୍ଟିୟରିଂଗ ଛାଡ କରିବା ସହ ଜାତୀୟ ରାଜପଥ କଡରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଛନ୍ତି । ଘଟଣାସ୍ଥଳରେ ସାଲେଭଟା ଓ ଲୋଇସିଂହା ପୋଲିସ ପହଂଚି ଡ୍ରାଇଭର ମାନଙ୍କ ଆନ୍ଦୋଳନ ଉପରେ ନଜର ରଖିଛି । କୌଣସି ପ୍ରକାର ଅପ୍ରତିକର ପରିସ୍ଥିତି ଯେଭଳି ନ ଉପୁଜେ ସେ ନେଇ ପୋଲିସ ସତର୍କ ରହିଛି । ଆନ୍ଦୋଳନ ଫଳରେ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

twenty + two =