pakka

କାର୍ଯ୍ୟରତ ଡାକ୍ତରଙ୍କ ବିରୋଧରେ ଅଭିଯୋଗ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : କାର୍ଯ୍ୟରତ ଡାକ୍ତରଙ୍କ ବିରୋଧରେ ମୃତ୍ୟୁମୁଖରେ ପଡ଼ିଥିବା ଶିଶୁର ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି, ଡାକ୍ତରଙ୍କ ଅବହେଳା ଯୋଗୁଁ ଚାଲିଗଲା ଶିଶୁର ଜୀବନ । ବିଛଣାରେ ପଡ଼ି ଶିଶୁଟି ଛଟପଟ ହେଉଥିଲା, ହେଲେ ଆସିଲେନି ଡାକ୍ତର । ନିରୀହ ଶିଶୁର ମୃତ୍ୟୁ ପରେ ହସ୍ପିଟାଲ ପରିସରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପୁଇଁତଲା ଥାନା ଅନ୍ତର୍ଗତ ବୁବେଲ ଗ୍ରାମର ଗୋପାଳ ନାଏକଙ୍କ ତିନି ବର୍ଷର ପୁଅ ମୃତ୍ୟୁଞ୍ଜୟ ନାଏକଙ୍କୁ ଗତ ୧୩ ତାରିଖରେ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଝାଡା ଓ ସାମାନ୍ୟ ବାନ୍ତି ହେଉଥିବା ବେଳେ ଡାକ୍ତର ବିଶେଷ କିଛି ଗୁରୁତର ହୋଇ ନାହିଁ ବୋଲି କହିଥିଲେ । କିନ୍ତୁ ଡ଼ାକ୍ତରଙ୍କ ଅବହେଳା ଯୋଗୁଁ ତାଙ୍କର ପୁଅର ଅବସ୍ଥା ଧୀରେ ଧୀରେ ବିଗିଡିବାରେ ଲାଗିଥିଲା ବୋଲି କହିଛନ୍ତି ଗୋପାଳ ନାଏକ । ବାରମ୍ବାର ଡାକ୍ତର ଓ ନର୍ସମାନଙ୍କୁ ଅନୁରୋଧ କଲା ସତ୍ତ୍ୱେ ସେମାନେ ଚିକିତ୍ସା କରିବାକୁ ଆସିଲେ ନାହିଁ । ଫଳରେ ତାଙ୍କର ପୁଅର ଜୀବନ ଚାଲି ଯାଇଥିବା ସେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ମୃତକଙ୍କ ପରିଜନ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ହସ୍ପିଟାଲ ଭିତରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଏହା ପ୍ରଥମ ଘଟଣା ନୁହେଁ, ବାରମ୍ବାର ଘଟୁଛି ଏମିତି ଘଟଣା… କେବେ ତେଜିବ ପ୍ରଶାସନ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.

14 + three =